ଯୁକ୍ତ୨ ବିଜ୍ଞାନରେ ବ୍ରହ୍ମଗିରି ପାଈଁ ଗୌରବ ଆଣିଲେ ସୁମିତ୍ରା

ବ୍ରହ୍ମଗିରି- ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ୨ ବିଜ୍ଞାନ ଫଳ, ଏଥିରେ ବ୍ରହ୍ମଗିରି ବ୍ଲକ୍ ଚାପମାଣିକ ଗ୍ରାମର, ଧୁଶାସନ ଜେନା ଓ ଶୋଭାବତୀ ଜେନାଙ୍କ ଝିଅ ସୁମିତ୍ରା ଜେନା ୯୧% ମାର୍କରଖି ଉତ୍ତିର୍ଣ୍ଣ ହୋଇ ଅଞ୍ଚଳକୁ ଗୌରବାନିତ କରିଛନ୍ତି। ସୁମିତ୍ରାଙ୍କ ପିତା ଦିନ ମଜୁରିଆଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ମା ଶୋଭାବତୀ  ଜଣେ ଗୃହିଣୀ ଅଟନ୍ତି । ସେ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ପଢୁଥିବା ବେଳେ ୫୧୭ ମାର୍କରଖି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ମଧ୍ୟ ସେ ମେଟ୍ରିକ୍ ପରୀକ୍ଷାରେ ୯୦%ମାର୍କରଖି ଅଞ୍ଚଳକୁ ଗୌରବାନିତ କରିଥିଲେ । ସେ ଭବିଷ୍ୟତରେ ଜଣେ ଆଇଏଏସ୍ ହେବା ପାଇଁ ଆଶା ରଖିଛନ୍ତି । ତାଙ୍କର ଏହି ସଫଳତା ପଛରେ  ପିତା ମାତା ଓ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ସମସ୍ତ ଅଧକ୍ଷ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଟିୟୁସନ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ସେ ନିୟମିତ ୧୦ରୁ ୧୨ଘଣ୍ଟା କଠିନ ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି ।

Leave A Reply

Your email address will not be published.