ଭଦ୍ରକ ଆରଡ଼ି ଆଖଣ୍ଡଳମଣି ଏବଂ ଜାମୁଝାଡ଼ି ଧାମରା ବାସୁଦେବପୁର ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ
ଆଜି ମଧ୍ୟାନ୍ନ ୧:୩୦ ସମୟରେ ସଂସଦ ଭବନ ଠାରେ ଭଦ୍ରକ କୋଠାର ଆରଡ଼ି ଆଖଣ୍ଡଳମଣି ଏବଂ ଜାମଝାଡ଼ି ଧାମରା ବାସୁଦେବପୁର ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରିଙ୍କୁ ସାକ୍ଷାତ କରି ଲିଖିତ ଭାବେ ଦାବି ଜଣାଇଲେ ଭଦ୍ରକର ମାନନୀୟା ସାଂସଦ ଭଦ୍ରକ, ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଏବଂ ତଦ୍ସହିତ ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ରତନପୁର ଠାରୁ ଧାମରା ଏବଂ ବାସୁଦେବପୁର ଠାରୁ ଦୀଘା ମଧ୍ୟରେ ଭଦ୍ରକ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଚାନ୍ଦବାଲି, ବାସୁଦେବପୁର ଓ ସୋର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ୭୦ କିଲୋମିଟର ଦୈର୍ଘ୍ୟ ରାସ୍ତା ଅନ୍ତର୍ଭୁକ୍ତ ହୋଇ ଥିବାରୁ ତାହା ଯଥା ଶୀଘ୍ର କାର୍ଯ୍ୟକାରୀ ହେବାକୁ ଥିବା ଜମି ଅଧିଗ୍ରହଣ, ନିର୍ମାଣଧୀନ ପୋଲ, ଡ୍ରେନେଜ ଏବଂ ବିସ୍ଥାପିତ ହେଉଥିବା ଲୋକମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ ଏବଂ ଜାତୀୟ ରାଜପଥ ୧୬ ଚଣ୍ଡିଖୋଲ-ଭଦ୍ରକ ଏବଂ ଭଦ୍ରକ-ବାଲେଶ୍ବର ୬ ଥାକିଆ ରାସ୍ତାର ମଧ୍ୟରେ ଅଗ୍ରଗତି ଓ ସଂପୂର୍ଣିକରଣ ବାବଦରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ଗତ ସଂସଦ ଅଧିବେଶନରେ ସାଂସଦଙ୍କ ଅଣତାରକା ପ୍ରଶ୍ନର ମାନ୍ୟବର ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଜଣାଇ ଥିଲେ କି ତାହା କ୍ରମାନ୍ବୟ ଭାବେ ୨୦୨୧ ଓ ୨୦୨୨ ସୁଦ୍ଧା ସଂପୂର୍ଣିକରଣ ହେବ। ଆଲୋଚନାରେ ମାନ୍ୟବର ମନ୍ତ୍ରୀ ସନ୍ତୋଷ ଜନକ ଭାବେ ପ୍ରତିଶ୍ରୁତି ଦେଇ କହିଲେ ଯେ, ଭଦ୍ରକ-ଆରଡ଼ି-ଆଖଣ୍ଡଳମଣି ରାସ୍ତା ଜାତୀୟ ରାଜପଥ ପାଇଁ ଯୋଜନାରେ ଅଛି । ଜାମୁଝାଡ଼ି-ବାସୁଦେବପୁର-ଧାମରା ରାଜ୍ୟ ରାଜପଥ ଖୁବ ଶୀଘ୍ର ଜାତୀୟ ରାଜପଥ ଭାବେ ଘୋଷଣା କରାଯାଉଛି ଏବଂ ଉକ୍ତ ରାସ୍ତାକୁ ଧାମରା ଆଦାନୀ ବନ୍ଦରକୁ ହସ୍ତାନ୍ତର ପ୍ରସ୍ତାବ ନାହିଁ। ଖୁବ ଶୀଘ୍ର ଭାରତମାଳା କୋଷ୍ଟାଲ ହାଇ ୱେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ସବିଶେଷ ବିବରଣୀ ସଂସଦୀୟ କ୍ଷେତ୍ରରେ ମାନନୀୟା ସାଂସଦଙ୍କୁ ଜଣାଇ ଦିଆଯିବ । ଶେଷରେ ମନ୍ତ୍ରୀ ମହୋଦୟ ରାଜ୍ୟ ସରକାର ଏବଂ ମାନନୀୟା ସାଂସଦଙ୍କ ଉକ୍ତ ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଥିଲେ ।