୫-ଟି ବିଦ୍ୟାଳୟକୁ ନିର୍ବାଚିତ ପ୍ରତିନିଧି ବୁଲି ଦେଖିଲେ                      

ଅସ୍ତରଙ୍ଗ- ରାଜ୍ୟରେ ଶିକ୍ଷା ଭିତ୍ତି ଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଅସ୍ତରଙ୍ଗ ବ୍ଲକରେ ବିଭିନ୍ନ ବିଦ୍ୟାଳୟକୁ ୫ ଟି ଅଧୀନରେ ସାମିଲ କରି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ଚାଲିଛି।ପ୍ରତ୍ୟେକ ବିଦ୍ୟାଳୟ ଗୁଡିକୁ ୪୫ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି।ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ଅସ୍ତରଙ୍ଗସରକାରୀ ଉଚ୍ଚ ବିଦ୍ୟାଳୟ,, ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର, କୁ ଅସ୍ତରଙ୍ଗ ବ୍ଲକ ଅଧକ୍ଷା, ଉପାଦକ୍ଷ, ଅତିରିକ୍ତ ବିଡିଓ ସନାତନ ମହାକୁଢ଼,ଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ପାଟଲଦା ସରପଞ୍ଚ ଯଶୋବନ୍ତ ନାୟକ, ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ, ସମିତି ସଭ୍ୟା ମନ୍ଦାକିନୀ ଛାଟୋଇ, ଝାଡ଼ାଲିଙ୍ଗ ସରପଞ୍ଚ ବୃନ୍ଦାବନ ନାୟକ,କନିଷ୍ଟ ଯନ୍ତ୍ରୀ ପ୍ରିୟମ୍ବଦା ପ୍ରଧାନ ପ୍ରମୁଖ ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନ ପରୀକ୍ଷାଗାର,ପାଠା ଗାର,ଖେଳ ପଡିଆ, ପ୍ରଭୁତି ବୁଲି ଦେଖିଲେ।ଦୁଇଟି ସ୍ମାର୍ଟ ବିଦ୍ୟାଳୟ ବୁଲି ଦେଖିବା ସହିତ ସନ୍ତୋଷବ୍ୟକ୍ତ କରିଥିଲେ।ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ମହାନ୍ତି, ବିଚିତ୍ରାନନ୍ଦ ବିଶ୍ଵାଳ, ପ୍ରିୟବ୍ରତ ପରିଡା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିନିଧି ମାନଙ୍କୁ ସହଯୋଗ କରିଥିଲେ।

Leave A Reply

Your email address will not be published.