ବେଗୁନିଆପଡ଼ା-ହିମାଳୟରେ ଫୁଟୁଥିବା ଏହି ଫୁଲକୁ ଫୁଲର ସମ୍ରାଟ କୁହାଯାଇଥାଏ। ଶାସ୍ତ୍ରରେ ଏପରି ବିଶ୍ବାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ଫୁଲକୁ ରାତିରେ ଫୁଟୁଥିବା ସମୟରେ ଦେଖି ଦେଇଥାଆନ୍ତି ତେବେ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଫୁଲର ନାଁ ହେଉଛି ବ୍ରହ୍ମ କମଳ ବା ପାରିଜାତ ଫୁଲ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଫୁଲ। ବୁରୁଝୁରୀ ପଞ୍ଚାୟତର ପି ନୂଆଁ ଗାଁ ର ଅଟଳ ବିହାରୀ ଦାସଙ୍କ ବାଡ଼ିପଟେ ଫୁଟିଛି ବ୍ରହ୍ମ କମଳ। ବ୍ରହ୍ମ କମଳ ଫୁଲ ଫୁଟିଲା ପରେ ପରିବାର ଲୋକେ ଧୂପ ଦୀପ ଦେଇ ପୂଜା କରିଛନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟ ସେଠାରେ ଭିଡ ଜମିଥିଲା। ବ୍ରହ୍ମ କମଳର ଅର୍ଥ ହେଉଛି ବ୍ରହ୍ମାଙ୍କ କମଳ। ଏହି ଫୁଲ ମଧ୍ୟରାତ୍ରିରେ ଫୁଟିଥାଏ ଏବଂ ଏହାକୁ ଦେଖିବା ଦିବାସ୍ବପ୍ନ ସମାନ ହୋଇଥାଏ। ବ୍ରହ୍ମ କମଳ ମାଆ ନନ୍ଦାଙ୍କ ପ୍ରିୟ ଫୁଲ ବୋଲି କୁହାଯାଇଥାଏ।ବ୍ରହ୍ମ କମଳକୁ ପ୍ରାପ୍ତ କରିବା ଅତ୍ୟନ୍ତ ଦୁର୍ଲଭ କାର୍ଯ୍ୟ ଅଟେ। ବ୍ରହ୍ମ କମଳକୁ ରହସ୍ୟମୟୀ କୁହାଯାଇଥାଏ। ଏପରି କୁହାଯାଇଥାଏ ଯେ ବ୍ରହ୍ମ କମଳ ଭବିଷ୍ୟତର ସଙ୍କେତ ଦେଇଥାଏ।
କୁହାଯାଇଥାଏ ଯେ ବ୍ରହ୍ମ କମଳ ବର୍ଷକୁ ଥରେ କେବଳ ଗୋଟିଏ ରାତିରେ ଫୁଟିଥାଏ। ମଧ୍ୟରାତ୍ରିରେ ଫୁଟୁଥିବା ଏହି ଫୁଲ ସକାଳେ ଝାଉଁଳି ପଡ଼ିଥାଏ। ବ୍ରହ୍ମ କମଳର ଜୀବନ ସୀମା କେବଳ ୫ରୁ ୬ମାସ ଯାଏଁ ହୋଇଥାଏ। ବ୍ରହ୍ମ କମଳରେ ଧାର୍ମିକ ଲୋକଙ୍କର ବିଶେଷ ମହତ୍ତ୍ବ ରହିଥାଏ।
କୁହାଯାଇଥାଏ ଏହି ଫୁଲକୁ ଦେଖି ପ୍ରେତାତ୍ମାମାନେ ଡରି ପଳାନ୍ତି।