ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ଖୁଲମ ଖୋଲା ଚାଲିଛି ବାଲି ଚାଲାଣ

ବରୀ- ବରୀ ବ୍ଲକ ଅଧିନସ୍ଥ ସ୍ମାଇଁଖଣ୍ଡ ପଂଚାୟତ ଅଧିନରେ ଥିବା କଳାକଣ୍ଡ ଗ୍ରାମର ଜୈନିକ ବ୍ୟକ୍ତି ବାଲିଘାଟ ନିର୍ମାଣ ନେଇଥିବା ବେଳେ ସେ ବ୍ୟକ୍ତିଭାବେ ନିଲାମ ନେଇଥିବା ସ୍ଥାନରୁ ବାଲି ଉଠାଣ ନକରି ଅନ୍ୟ ସ୍ଥାନରୁ ବାଲି ଉଠାଣ କରିବା ଓ ଏହି ବାଲି ଉଠାଣ କରିବା ଯୋଗୁ ଜଳସମ୍ପଦ ବିଭାଗର ଘେରିବନ୍ଧ ରାସ୍ତା ବର୍ଷା ଋତୁ ସମୟରେ ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକମାନଙ୍କ ସମେତ ଶିକ୍ଷାରତ ଛାତ୍ର ଛାତ୍ରୀ ମାନେ ଯାତାୟତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଦୀର୍ଘ ପାଂଚ ବର୍ଷ ହେବ କଳାଖଣ୍ଡ ଗ୍ରାମର ଭାଗ୍ୟଧର ସାହୁ ପିତା ସ୍ବର୍ଗତ ସନାତନ ସାହୁ ଲିଜ ସୁହରେ ବାଲି ଘାଟର ନିଲାମ ନେଇଥିବା ବେଳେ ସାଧାରଣ ଜନତା, ସ୍ଥାନୀୟ ଲୋକମାନଙ୍କ ସ୍ବାର୍ଥକୁ ଆଖୁ ଆଗରେ ନରଖୁ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜଳସମ୍ପଦ ରାସ୍ତା, ଗ୍ରାମ୍ୟ ରାସ୍ତାରେ ଟ୍ରାକ୍ଟର ଯୋଗେ ବାଲି ବୋହୁଥିବାରୁ ବର୍ଷା ଋତୁରେ ରାସାରେ ଖାଲ ଖମା ଗୃହଟି ହୋଇଥିବାର ଦେଖିବାକୁ ମିଳିଛି । ଏତଦ୍‌ବ୍ୟତୀତ ପ୍ରତିଦିନ ଶହ ଶହ ଟ୍ରିପ୍ ଚାଲି ଟ୍ରାକ୍ଟର ଯୋଗେ ଯାଉଥିବା ବେଳେ ନଦୀ ବନ୍ଧ ଦୂର୍ବଳ ହେବା ଏବଂ ବିଗତ ଦିନରେ ବନ୍ୟା ସମୟରେ ଏହି ସ୍ଥାନରେ ଘାଇ ସୃଷ୍ଟି ହେଉଥିବାରୁ ବନ୍ୟା ଆସିଲେ ଘାଇ ସୃଷ୍ଟି ହେବାର ଆଶଙ୍କା କରି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଗତ ତା ୨୨.୦୭.୨୦୨୨ ରିଖରେ ପାଇଁଖଣ୍ଡ ପଂଚାୟତ ସରପଂଚ ଶଙ୍କର୍ଷଣ ପାଇଁଙ୍କ ସମେତ ଏହି ଫଚାୟତର ପ୍ରଦୀପ କୁମାର ଧଳ, ଅକ୍ଷୟ କୁମାର ପାଣି, ଲକ୍ଷ୍ମୀଧର ସାମଲ, ମଦନ ଦାସ, ଗିରିଧାରି ଧଳ, ରଘୁନନ୍ଦନ

ଦଳାଇଙ୍କ ସମେତ ଶତାଧିକ ଗ୍ରାମବାସୀ ବରୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବରୀ ତହସିଲ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଘଟଣାକୁ ନେଇ ସାଧାରଣରେ ତୀର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଥାଉକି ବର୍ଷା ଋତୁ ଆରମ୍ଭ ହେବା ପରେ ସରକାରଙ୍କ ଦ୍ଵାରା ଚୁକ୍ତିବଦ୍ଧ ହୋଇଥିବା ବାଲିଘାଟରୁ ବାଲି ଉଠାଣ କରିବାକୁ ନିୟମ ନଥିବା ବେଳେ ଏହି ସ୍ଥାନରୁ ଚୁକ୍ତିବଦ୍ଧ ହୋଇଥିବା ବାଲି ଉଠାଣ ଲିଜଧାରୀ କିଭଳି ଭାବରେ ଏକମାସ ଧରି ବେଆଇନ ଭାବେ ସରକାରୀ ନିୟମକୁ ଉଲଙ୍ଘନ କରି ମାଲେମାଲ ହେଉଥିବା ଘଟଣା ପଛରେ ବିଭାଗୀୟ କର୍ମଚାରୀଙ୍କ ପକ୍ଷନ୍ନ ହାତ ରହିଛି ବୋଲି ସାଧାରଣରେ ଆଲୋଚିତ ହେଉଛି ଏଠାରେ ପ୍ରଶ୍ନତଠେ ବାରମ୍ବାର ଅଭିଯୋଗ ପରେ ବନ୍ଦୀ ତହସିଲର ରାଜସ୍ବ ନିରୀକ୍ଷକ, ଅତିରିକ୍ତ ତହସଲବାର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଲୋକମାନଙ୍କୁ ଏଭଳି ଘଟଣାର ପୁନରାବୃତି ହେବ ନାହିଁ ବୋଲି ମୌଖକ ଭାବେ ପ୍ରତିଶୃତି ଦେଇଥିଲେ ମଧ୍ୟ ନିଲାମ ନେଇଥିବା ବ୍ୟକ୍ତି ଜଣଙ୍କ ପ୍ରଶାସନିକ ଅଧିକାରୀମାନଙ୍କ ସହ ମଧୁଚନ୍ଦ୍ରିକା ଯୋଗ ସାଧାରଣ ଲୋକ ଯାତାୟତ କ୍ଷେତ୍ରରେ ହୃଦସନ୍ତ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ମତ ରଖୁଛନ୍ତି । ଏ ବିଷୟରେ ପହସିଲଦାର ଡଃ ମାନସ ରଞ୍ଜନ ଭୋଇଙ୍କୁ ପଚାରିବାରେ ସେ

କୁହନ୍ତି ପ୍ରଥମ ଅଭିଯୋଗ ମୋ ନିକଟରେ ପହଂଚିନଥିଲା ମାତ୍ର ଗତ ତା ୨୭.୦୭.୨୦୨୨ ରିଖରେ କଳାଖଣ୍ଡ, ପାଇକଣ୍ଡ, କ୍ରୁଶବଟଲୋକମାନଙ୍କର ଲିଖତ ଅଭିଯୋଗ ମୋ ନିକଟରେ ପହଂଚିଛି । ଲୋକମାନଙ୍କ ପାର୍ଥକୁ ଆଖି ଆଗରେ ରଖ ଜଳସମ୍ପଦ ବିଭାଗ ରାସ୍ତା, ଗ୍ରାମ୍ୟ ରାସ୍ତା ଉପରେ ବେଆଇନ ଭାବେ ବାଲି ଯୋଗାଣ କରୁଥିବା ଚୁକ୍ତିବଦ୍ଧ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରିବି।

Leave A Reply

Your email address will not be published.