ଅବକାରୀ ଚଢାଉ ବେଳେ ୩ ଗିରଫ

ମୁଦାଲା କୁ ଚଢାଇବାକୁ ଯାଇ ଜିଲ୍ଲ୍‌ା ପରିଷଦ ସଭ୍ୟା ଏବଂ ସ୍ୱାମୀ ଙ୍କ ଦାଦାଗିରି

ପାଟଣାଗଡ – ପୁରା ବିହାରୀ ନେତା ଷ୍ଟାଇଲ ରେ କାର୍ଯ୍ୟାଳୟ କୁ ଆସି ମୁଦାଲା କୁ ଛଡାଇନେବା ପାଇଁ ଧମକ ଦେଲେ ଜିଲ୍ଲା ପରିଷଦ ସଭ୍ୟା ଏବଂ ତାଙ୍କ ସ୍ୱାମୀ । ଅଧରାତି ରେ ବୋଲେରୋ ଗାଡି ରେ ଆସି ଘେରି ଯାଇଥିଲେ କାର୍ଯ୍ୟାଳୟ , ମୁଦାଲା କୁ ଛାଡିବାକୁ ଦେଇଥିଲେ ଧମକ ନଚେତ ୫୦୦ ମହିଳା ଆଣି ଘେରାଓ କରିବାର ଧମକ ଦେବା ସହ ଆମେ  ବିଜେଡି ନେତା ବୋଲି ଫୁଟାଣି ବି ମାରିଥିଲେ । ହେଲେ କର୍ତ୍ତବ୍ୟ ଆଗରେ ନେତା ଙ୍କ ଦାଦାଗିରି ଙ୍କୁ ଖାତିର ନକରି ମଦ ମାଫିଆ ଙ୍କୁ କୋର୍ଟ ଚାଲାଣ କରିଛନ୍ତି ଅବକାରୀ ଷ୍ଟେସନ ଓଆଇସି ସତ୍ୟନାରାୟଣ ଦାଶ  ।

 ସୁଚନାଯୋଗ୍‌୍ୟ ଯେ ଗତକାଲି ସନ୍ଧ୍ୟା ସମୟ ରେ ପାଟଣାଗଡ ଅବକାରୀ ଷ୍ଟେସନ ଓଆଇସି ପାଟଣାଗଡ ବ୍ଲକ ଅନ୍ତର୍ଗତ ଡଙ୍ଗିଆବାହାଲ ଏବଂ ଅଏଂଲାପାଲି ଗ୍ରାମ ରେ ବେଆଇନ ରନ୍ଧା ମଦ ବିକ୍ରି ହେଉଥିବା ଖବର ପାଇ ଚଢାଉ କରିଥିଲେ । ଚଢାଉ ବେଳେ ମଦ ବିର୍କି ଏବଂ ଚାଲାଣ କରୁଥିବା ୩ ଜଣ ବ୍ୟକ୍ତି ଜନକେଶନ ମଲ୍ଲିକ , ଅଭିଲାସ ଭୂଏ ଏବଂ ଅଲେଖ ବରିହା ଙ୍କୁ   ଗିରଫ କରିବା ସହ ସେମାନଙ୍କ ଠାରୁ ୭୧ ଲିଟର ଦେଶୀ ରନ୍ଧା ମଦ , ପ୍ଲାଷ୍ଟିକ ଜାର ସହ ମଦ  ବିକ୍ରି ରେ ବ୍ୟବହୃତ ସାମଗ୍ରୀ କୁ ଯବତ କରିଥିଲେ  । ରାତି ପ୍ରାୟ ୧୨ ଟା ସମୟ ରେ ବୋଲେରୋ ରେ ମଦ ମାଫିଆ ଙ୍କୁ ଛାଡିଦେବାକୁ  ଧମକ ଦେଇଥିଲେ ଯଦି ନଛାଡିବ କାଲି ସକାଳୁ ୫୦୦ ମହିଳା ଆଣି ଅଫିସ ଘେରାଉ କରିବାକୁ ଧମକ ଦେଇଥିଲେ ବୋଲି ସୁଚନା ଦେଇଛନ୍ତି ଅବକାରୀ ଅଧିକାରୀ । ତେବେ ମଦ ମ।।ଫିଆ ଙ୍କ ସହ ଜିଲ୍ଲ୍‌ା ପରିଷଦ ସଭ୍ୟା ଏବଂ ତାଙ୍କ ସ୍ୱାମୀ ଙ୍କ ସମ୍ପର୍କ କଣ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ବେଆଇନ ମଦ କାରବାର ପଛରେ  ବିଜେଡି ଦଳ ର ଉକ୍ତ ନେତା ଙ୍କ ସମର୍ଥନ  ସନ୍ଦେହ ସୃଷ୍ଟି କରୁଛି । ପରେ କେଶ ନମ୍ବର ୭୦,୭୧.୭୨ /୨୨-୨୩ ଓଡିଶା ଅବକାରୀ ଆଇନ ଧାରା ୫୨ ଏ ମାମଲା ରେ ୩ ଅଭିଯୁକ୍ତ ଙ୍କୁ ଆଜି ସକାଳେ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢାଉ ରେ ଅଜିତ ସାହୁ , ବୁଲୁ ସେଠ, ଗୁଲମତୀ ମାଝୀ ସାମିଲ ଥିଲେ  ।

Leave A Reply

Your email address will not be published.