ହିଞ୍ଜିଳିକାଟୁ- ଧାରା ଶ୍ରାବଣ ମାସରେ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଅଞ୍ଚଳ ସମେତ ପାରିପାର୍ଶ୍ବିକ ଅଂଚଳରେ ବର୍ଷା ନାହିଁ ରୌଦ୍ର ତାପରେ ଚାଷୀ ପୁଅ ଚାଷ ତରତର ବଣିଜ ମଠ ନୀତିରେ ରହିବା କଥା କିନ୍ତୁ ଦଇବର ବିଚିତ୍ର ଲୀଳା ଆଜି ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି।ଶ୍ରାବଣ ମାସ ସରିବାକୁ ବସିଲାଣି ହେଲେ ଚାଷ ଜମି ଫାଟି ଆଁ କଲାଣି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଅଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୩ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ହିଂଜିଲି ବ୍ଲକ ପଳାସୀ ଗ୍ରାମରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ଚାଷୀଙ୍କ ହିତ ପାଇଁ କେନ୍ଦ୍ର ହୋଇ ଅବା ରାଜ୍ୟସରକାର ଯୋଜନା କରୁଛନ୍ତି ତାହାହେଲେ ଜଳସେଚନ ର ସୁବିଧା କେଉଁ ଠାରେ ଅଟକୁଛି ବୋଲି ପଳାସୀର ଚାଷୀ ରାଜେଶ କୁମାର ସାହୁ କହିଛନ୍ତି।