ବ୍ରହ୍ମପୁର – ଚଳିତ ଅଗଷ୍ଟ ପହିଲା ସୋମବାର ଦିନ ବ୍ରହ୍ମପୁର ଡାକ ମଣ୍ଡଳର ୭୫ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ବ୍ରହ୍ମପୁର ହେଡ ପୋଷ୍ଟ ଅଫିସ ପ୍ରାଙ୍ଗଣରେ ପାଳିତ ହୋଈ ଯାଈଅଛି। ଏହି ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କର ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୋଲିସ୍ ଆଈ. ଜି. ସତ୍ୟବ୍ରତ ଭୋଈ, ସମ୍ମାନୀତ ଅତିଥି ଭାବେ ଡାକ ବିଭାଗର ସିନିୟର ଆକାଉଣ୍ଟସ୍ ଅଫିସର୍ ରାଧାକାନ୍ତ ସାବତ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ଅବସରପ୍ରାପ୍ତ ବରିଷ୍ଠ ଡାକ ଅଧୀକ୍ଷକ ଦିବାକର ପଟ୍ଟନାୟକ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଈଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ସିନିୟର ମ୍ୟାନେଜର ବିଷ୍ଣୁ ପ୍ରସାଦ ରଥ ଯୋଗ ଦେଈଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରକାଶ ଥାଉ କି, ୧୯୪୮ ମସିହା ଅଗଷ୍ଟ ପହିଲାରେ ବ୍ରହ୍ମପୁର ଡାକ ମଣ୍ଡଳର ପ୍ରତିଷ୍ଠା ହୋଈଥିଲା। ସେହି ବର୍ଷ ଠାରୁ କ୍ରମାନ୍ୱୟରେ ବ୍ରହ୍ମପୁର ଡାକ ମଣ୍ଡଳର ପ୍ରତିଷ୍ଠା ଦିବସ ପ୍ରତି ବର୍ଷ ପାଳିତ ହୋଈ ଆସୁଅଛି। ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ହୀରକ ଜୟନ୍ତୀ ନିରାଡମ୍ବର ଭାବରେ ପାଳିତ ହୋଈ ଯାଈଅଛି।ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ଭୋଈ ପୋଷ୍ଟମ୍ୟାନ ମାନଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ସାବତ ଡାକ ବିଭାଗର କର୍ମଚାରୀଙ୍କୁ ଜନସଂପର୍କ ବୃଦ୍ଧି ନିମନ୍ତେ ଆହ୍ୱାନ ଦେଈଥିଲେ। ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ମତପୋଷଣ କରିଥିଲେ ଯେ ଡାକ କର୍ମଚାରୀଙ୍କ ମୂଳମନ୍ତ୍ର ହେଉଛି ‘ଡାକ ସେବା ହିଁ ଜନ ସେବା’ ଓ ଗ୍ରାହକ ହିଁ ଏହାର ମୂଳ ଆଧାର। ଦେଶରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହେଉଥିବା ସ୍ଥଳେ ବ୍ରହ୍ମପୁର ଡାକ ମଣ୍ଡଳର ୭୫ ତମ ପ୍ରତିଷ୍ଠା ଦିବସ ପାଳନ ଏକ ଦୁର୍ଲ୍ଲଭ ସଂଯୋଗ ଯାହା ଆମ ପାଈଁ ସ୍ମରଣୀୟ ହୋଈ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସିନିୟର୍ ମ୍ୟାନେଜର ଶ୍ରୀ ରଥ ମଧ୍ଯ ଜାତୀୟ ସଞ୍ଚୟ ଯୋଜନାର ସଫଳ ରୂପାୟନ ଏବଂ ବ୍ୟାଙ୍କିଂ ସେବା କ୍ଷେତ୍ରରେ ବ୍ରହ୍ମପୁର ଡାକ ମଣ୍ଡଳର ଉଲ୍ଲେଖନୀୟ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ପରିଶେଷରେ, ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ବ୍ରହ୍ମପୁର ଡାକ ମଣ୍ଡଳର ଶ୍ରେଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ। ବିଜେତାଙ୍କ ମଧ୍ୟରେ ଶ୍ରେଷ୍ଠ ଉପଡ଼ାକମଣ୍ଡଳ ଅଧିକାରୀ ଭାବେ ତତ୍କାଳୀନ ଛତ୍ରପୁର ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା, ଶ୍ରେଷ୍ଠ ପୋଷ୍ଟମାଷ୍ଟର ଭାବେ ସନ୍ତୋଷ କୁମାର ବେହେରା, ଶ୍ରେଷ୍ଠ ପୋଷ୍ଟାଲ ଆସିଷ୍ଟାଣ୍ଟ ଭାବେ ଶ୍ରୀରାମ ଜୟରାମ ମହାପାତ୍ର, ଶ୍ରେଷ୍ଠ ସିଷ୍ଟମ୍ ଆଡମିନିଷ୍ଟ୍ରେଟର ଭାବେ ପି. ଦୀପକ କୁମାର ପାତ୍ର, ଶ୍ରେଷ୍ଠ ମେଲ୍ ଓଭରସିୟର ଭାବେ ରଜନୀ କୁମାର ପାଢ଼ୀ, ଶ୍ରେଷ୍ଠ ପୋଷ୍ଟମ୍ୟାନ ଭାବେ ସୌଦାଗର ପରିଡ଼ା, ଶ୍ରେଷ୍ଠ ଏମ.ଟି.ଏସ. ଭାବେ ବାଳକୃଷ୍ଣ ସାହୁ, ଶ୍ରେଷ୍ଠ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଦୟାନିଧି ସେଠୀ, ଶ୍ରେଷ୍ଠ ମହିଳା ଗ୍ରାମୀଣ ଡାକ ସେବକ ଭାବେ ଏସ.ସ୍ବପ୍ନା କୁମାରୀ ପୃଷ୍ଟି ପୁରସ୍କୃତ ହୋଈଥିଲେ। ଏହାବାଦ ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ସର୍ବାଧିକ ଆକାଉଣ୍ଟ ଖୋଲିବା ନିମନ୍ତେ ଗୋଷାଣୀ ନୁଆଗାଁ ସବ୍ ପୋଷ୍ଟ ମାଷ୍ଟର ପ୍ରଦୀପ୍ତ କୁମାର ସାହୁଙ୍କୁ ପ୍ରଥମ ପୁରସ୍କାର, ଭାଟକୁମରଡ଼ା ସବ୍ ପୋଷ୍ଟ ମାଷ୍ଟର ଏନ୍. ଗଙ୍ଗାଧର ରେଡ୍ଡୀଙ୍କୁ ଦ୍ଵିତୀୟ ପୁରସ୍କାର ଏବଂ ନବୀନ ସବ୍ ପୋଷ୍ଟ ଅଫିସର ସବ୍ ପୋଷ୍ଟ ମାଷ୍ଟର ସନ୍ତୋଷ କୁମାର ବେହେରାଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଈଥିଲା। ସର୍ଵମୋଟ ୪୫ ଜଣ ଡାକ କର୍ମଚାରୀ ପୁରସ୍କୃତ ହୋଈଥିଲେ। ଏହା ସହ ଜାତୀୟ ସ୍ତରରେ ‘ମେଘଦୂତ’ ପୁରସ୍କାର ପ୍ରାପ୍ତ ମର୍ଦ୍ଦକୋଟ ଶାଖା ଡାକପାଳ କୀର୍ତ୍ତନ ନାୟକଙ୍କୁ ମଧ୍ଯ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଈ ଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଡାକ ଅଧୀକ୍ଷକ ମଧ୍ୟରେ ଚକ୍ରଧର ନାୟକ, ସଞ୍ଜୟ ଦୋରା, ସ୍ମିତା ମହାପାତ୍ର ଏବଂ ଡାକ ନୀରିକ୍ଷକଙ୍କ ମଧ୍ୟରେ ଗଙ୍ଗା ନାରାୟଣ ମହାଳିକ ଓ ଲିଙ୍ଗରାଜ ପ୍ରଧାନଙ୍କ ସମେତ ସମସ୍ତ ଡାକ କର୍ମଚାରୀ ତଥା ଶତାଧିକ ଗ୍ରାହକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପିକା ବନ୍ଦନା ମିଶ୍ର ସଞ୍ଚାଳନ କରିଥିବା ବେଳେ ଜାତୀୟ ଡାକ କର୍ମଚାରୀ ସଂଘର ମଣ୍ଡଳ ଶାଖା ସମ୍ପାଦକ କେଦାରନାଥ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।