ଦୁଇଟି ପୃଥକ ବାଇକ ଦୁର୍ଘଟଣାରେ ଜଣ ବୃଦ୍ଧା ମୃତ ଦୁଇ ଯୁବକ ଗୁରୁତର

ଧାମନଗର- ଧାମନଗର ଥାନା ଓ ଏନ ଏ ସି ଅନ୍ତର୍ଗତ ମିର୍ଜାପୁର ନିକଟରେ ପୋଲିସ କର୍ମଚାରୀଙ୍କ ବାଇକ ଧକ୍କାରେ ବୃଦ୍ଧା ମୃତ୍ୟୁ ହୋଇଛି। ଖବର ନେବାରୁ ଧାମନଗର ଥାନାର କାର୍ଯ୍ୟରତ କନେଷ୍ଟବଳ ଯାହାର ନାମ ବଲ୍ଲଭ ଚରଣ ଖଣ୍ଡା ରବିବାର ଅପରାହ୍ନରେ ଆଖଣ୍ଡଳମଣି ପୀଠକୁ ଡିୟୁଟି କରିବା ପାଇଁ ଯାଉଥିବା ସମୟରେ ମିର୍ଜାପୁର ନିକଟରେ ରାଘବା ସଡଙ୍ଗୀଙ୍କ ପତ୍ନୀ କେତକୀ ସଡ଼ଙ୍ଗୀ (୭୨) ବୃଦ୍ଧାଙ୍କୁ ଧକ୍କା ମାରିବା ଫଳରେ କେତକୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ଉଧାର କରି ତାଙ୍କୁ ତୁରନ୍ତ ଧାମନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର କେତକୀଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣା ସ୍ଥଳରୁ ଉକ୍ତ ପୋଲିସ କର୍ମଚାରୀ କୁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଆଇଆଇସି ବନମାଳୀ ବାରିକଙ୍କ ମତାମତ ନେବାରୁ ଆଇନ ତା ବାଟରେ ଯିବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଖବର ଲେଖିଲା ବେଳକୁ ଥାନାରେ ମାମଲା ରୁଜୁ ହୋଇନଥିଲା। ସେହିପରି ସୋମବାର ଚୁଡାକୁଟି ରାସ୍ତା ‘ରାହାପିତା’ ମଦ ବାର ନିକଟରେ ୨ମୋଟର ସାଇକେଲ ମୁହାଁମୁହିଁ ଧକ୍କାରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଛାତ୍ରପଦା ଗ୍ରାମର ଦାମଦର ସାହୁଙ୍କ ବଡ଼ପୁଅ ପ୍ରକାଶ ସାହୁ, ଅନ୍ୟ ଜଣେ ହେଲେ ସରେଇଚୁଡାକୁଟି ଗ୍ରାମାର ବୋଲି ଜଣାପଡିଛି। ଖବର ମୁତାବକ ପ୍ରକାଶ ସାହୁ ନିଜ ମୋଟର ସାଇକେଲରେ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଧାମନଗର-ଚୁଡାକୁଟି ରାସ୍ତା ରାହାପିତା ନିକଟରେ ଅପର ପକ୍ଷରୁ ଜଣେ ଯୁବକ ଏକ ଆପାଚି ମୋଟର ସାଇକେଲ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଫଳରେ ଦୁଇଜଣ ତଳେ ପଡିଯାଇଥିବା ବେଳେ ପ୍ରକାଶ ସାହୁଙ୍କର ଗୋଟେ ଗୋଡ଼ ଦୁଇଖଣ୍ଡ ହେବା ସହ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଧାମନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରକାଶର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଅନ୍ୟଜଣେ ଯୁବକର ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ତେବେ ଘଟଣା ସ୍ଥଳରେ ଧାମନଗର ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.