ଶିକ୍ଷକ ଙ୍କ ଛାଟ ପାହାରରେ ଛାତ୍ର ଙ୍କ ମୁଣ୍ଡ ଫାଟିଲା

ସଭିଏଁ ପଢିବା ସଭିଏଁ ଗଢିବା ସରକାରଙ୍କ ଶିକ୍ଷାବିଭାଗର ନାରା  ସର୍ବଦା ସମସ୍ତ ସରକାରି ବିଦ୍ୟାଳୟର କାନ୍ଥ ରେ ବଡ ବଡ ଅକ୍ଷରରେ ଲେଖା ହୋଇଛି । ଶିକ୍ଷାର ଗୁଣାତ୍ମକ ମାନର ବୃଦ୍ଧିପାଇଁ ସରକାର  ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଞ୍ଚଳ ଓ ବିଭିନ୍ନ ଯୋଜନାମାନ କରିଛନ୍ତି । କିନ୍ତ ଶିକ୍ଷା କ୍ଷେତ୍ରରେ ସେଭଳି ଆଖିଦୃଶିଆ  ପରିବର୍ତ୍ତନ ହେଉନଥିବା ପରିଲକ୍ଷିତ ହେଉନାହିଁ। ଅନେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଅନୁପାତ ରେ ଶିକ୍ଷକ ପଦ ଫାଙ୍କା ପଡିଛି । ସେହି କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥା କଣହେଉଥିବ ତାହା ଅନୁମାନ କରିହେବ । ଆଜି ସେଭଳି ଏକ ଘଟଣା ଘଟିଛି ପିମ୍ପୁଡିଆ ପ୍ରାଥମିକ ବିଦ୍ୟାଳୟରେ । ଚାରିଜଣ ଶିକ୍ଷକ କୁ ପ୍ରଥମ ରୁ ସପ୍ତମ ଅଷ୍ଟମ ପର୍ଯ୍ୟନ୍ତ ୩୯୪ ଜଣ ଛାତ୍ର ଛାତ୍ରୀ । ଶିକ୍ଷକ ଆବଶ୍ୟକ ଅନୁଯାଇ ନଥିବା ବେଳେ କ୍ଲାସ୍ ରୁମ୍ ରେ ଛାତ୍ର ଛାତ୍ରୀ ମାନେ ବିଶୃଙ୍ଖଳିତ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ଶିକ୍ଷକ ଜଣଙ୍କ କ୍ରୋଧିତ ହୋଇଉଠନ୍ତି । ପିମ୍ପୁଡିଆ ଗ୍ରାମର କୁନା ମହାନ୍ତ ଙ୍କ ପୁଅ ଆଦିତ୍ୟ ମହାନ୍ତ ତୃତୀୟ ଶ୍ରେଣୀରେ ପାଠ ପଢେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଛମନ ମୁଣ୍ଡାରି ଏକ ବାଡିରେ ଛାତ୍ର ର ମୁଣ୍ଡକୁ ପିଟିଥିଲେ ।ମୁଣ୍ଡ ଫୁଲିଥିବା ସହ  ଆଘାତ ହୋଇଛି । ଛାତ୍ର ଜଣକ ଅସୁସ୍ଥ ହୋଇ ଘରକୁ ଯାଇଥିଲା କୁନା ମହାନ୍ତ ରାଗରେ ଜର୍ଜରିତ ହୋଇ ବିଦ୍ୟାଳୟକୁ ଯାଇଥିଲା । ସେତେବେଳେ  ସ୍କୁଲ୍ ବନ୍ଦ ହୋଇଯାଇଥିଲା।ବିଦ୍ୟାଳୟର ଶିକ୍ଷକ ଙ୍କ ସହ ଏ ବିଷୟରେ କଥା ହେବାରୁ ସେ କହିଲେ  ଚଗଲା ହେଉଥିଲେ ଛାତ୍ର ଛାତ୍ରୀ ମାନେ ସେମାନଙ୍କୁ ପାଟିକରିବାରୁ ଧାଇଁକି ପଳଉଥିଲେ କବାଟରେ ବାଜିଯାଇଥିବ ବୋଲି ସଫେଇ ଦେଇଛନ୍ତି । କିନ୍ତୁ ଆଜି ତାଙ୍କ ପରିବାର ସ୍କୁଲ ରେ ପହଞ୍ଚି ସାର୍ ଙ୍କୁ ପଚାରିବାରୁ ସେ କହିଲେ ମୋର ଭୁଲ୍ ହେଇଛି ବୋଲି କହିଥିଲେ।

Leave A Reply

Your email address will not be published.