ଦର ବୃଦ୍ଧି ଓ ଗଂଜାମ ଜିଲ୍ଲାର ବିକାଶ ନିମନ୍ତେ ୫  ଅଗଷ୍ଟରେ କଂଗ୍ରେସ କରିବ ଜେଲଭରୋ ଆନ୍ଦୋଳନ

ବ୍ରହ୍ମପୁର- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁଁ ଦେଶ ଓ ରାଜ୍ୟରେ ଗରିବ ଓ ମଧ୍ୟବିତ୍ତ ପରିବାର ବଂଚିବା କଷ୍ଟ ହୋଇ ପଡିଛି।  ମହାମାରୀ କରନା ଗରିବଙ୍କ ମରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ମଧ୍ୟବିତ୍ତ ପାରିବାରଙ୍କ ବୃତ୍ତିକୁ ଛାଡ଼ା ଇନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତା ୫ଅଗଷ୍ଟ ଦିନ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେଲ ଭରୋ ଆନ୍ଦୋଳନ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୂଜି ଆଶ୍ରମ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ରଶ୍ମି ରଞ୍ଜନ ପଟ୍ଟନାୟକ, ପୀତବାସ ପଣ୍ଡା, ଏସ.ଦଣ୍ଡପାଣି ପାତ୍ର ମହେଶ୍ୱର ପାତ୍ର ବିକାଶ ନାୟକ, ପ୍ରମୁଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.