ବଲେରୋ ବାଇକ ମୁହାଁ ମୁହିଁ ଧକ୍କା,୨ ଜଣ ଗୁରୁତର

ବାଲିଆପାଳ- ବାଲିଆପାଳ କମର୍ଦ୍ଦା ମୁଖ୍ୟ ରାସ୍ତା ବାଲିଆପାଳ ସନ୍ତୋଷିମା ମନ୍ଦିର ନିକଟରେ ବୁଧବାର ଦିନ ୧୨ ଟା ସମୟରେ ବାଇକ ଓ ବଲେରୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଲେରୋ ଓ ଖଣ୍ଡ ଖଣ୍ଡ ହୋଇଯାଇ ଥିବା ଭଙ୍ଗା ବାଇକକୁ ଥାନାକୁ ଆଣିଛନ୍ତି।ମାତ୍ର  ଖବର ଲେଖା ହେବା ପର୍ଯ୍ୟନ୍ତ କେହି ଏତଲା ଦେଇ ନ ଥିବାର ସୂଚନା ମିଳୁଛି। 

ଘଟଣାରୁ ପ୍ରକାଶ ଯେ ବାଲିଆପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁବଳ ମଲ୍ଲିକ ତାଙ୍କ ଘର ଭୋଗରାଇରୁ ଓଡ଼ି ୦୧ଜି ୧୦୨୪ ନମ୍ବର ଥିବା ଏକ ବଲେରୋ ଗାଡ଼ିରେ ବାଲିଆପାଳ ବ୍ଲକକୁ ଆସୁଥିବା ବେଳେ ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମର ଅଭିମନ୍ୟୁ ଦାସଙ୍କ ପୁତ୍ର ଦୀପକ ଦାସ ବାଇକ ରେ ଦ୍ରୁତ ଗତିରେ ଯାଇ ସନ୍ତୋଷିମା ମନ୍ଦିର ନିକଟରେ  ବଲେରୋକୁ ଧକ୍କା ଦେଇ ଛିଟିକି ପଡିଥିଲା।ଦୀପକର ମୁଣ୍ଡ ଓ ହାତରେ ଗଭୀର ଭାବରେ ମାଡ଼ ହୋଇଥିବା ବେଳେ ବଲେରୋରେ ଥିବା ଜେଇ ଶ୍ରୀ ମଲ୍ଲିକଙ୍କ ପୁତ୍ରଙ୍କ ମୁଣ୍ଡରେ ମାଡ଼ ହୋଇ ଫାଟି ଯାଇଛି।ବଲେରୋର ବାମପଟ କାଚ ଓ ହେଡଲାଇଟ  ଭାଙ୍ଗି ଚୁନା ହୋଇଯାଇଛି।ଉଭୟ ଗୁରୁତରଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇ ବାଲେଶ୍ୱରକୁ ସ୍ଥାନନ୍ତାରିତ କରାଯାଇଛି। ସେଠାରେ ଉଭାୟଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି।

Leave A Reply

Your email address will not be published.