ରାମ ମନ୍ଦିରକୁ ଆତ୍ମ ଘୋଷିତ ସଂସ୍ଥା ଅଧୀନରେ ରଖିଛନ୍ତି 

ଦୀର୍ଘ ବର୍ଷ ଧରି ଯେଉଁ ସବୁ ଭଡା ଟଙ୍କା ଆସୁଛି ତାହା କାହା ସ୍ୱାର୍ଥରେ ଲାଗୁଛି 

କଣ୍ଟାବାଞ୍ଜି- ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଏନଏସି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ବେଳେ କିଛି ନା କିଛି ବିଷୟକୁ ନେଇ ସବୁ ବେଳେ ଚର୍ଚ୍ଚାରେ କଣ୍ଟାବାଞ୍ଜି, ବର୍ତ୍ତମାନ ୫ ନଂ ୱାର୍ଡରେ ଥିବା ରାମ ମନ୍ଦିରକୁ ନେଇ ଜୋର ଧରିଛି ଚର୍ଚ୍ଚା, ସୂଚନା ଯୋଗ୍ୟ ଯେ ରାମ ମନ୍ଦିର ସରକାରୀ ଜମିରେ ସର୍ବସାଧାରଣଙ୍କ ଖର୍ଚ୍ଚରେ ନିର୍ମାଣ ହୋଇଥିବା ବେଳେ କିଛି ଅସାଧୁ ବ୍ୟକ୍ତି ନିଜେ ନିଜେ ଆତ୍ମ ଘୋଷିତ ସଂଗଠନ ତିଆରି କରି ବ୍ୟାପାର ଚଳାଇଥିବା ଅଭିଯୋଗ ହୋଇଛି, ଅଭିଯୋଗ ପାଇଲା ପରେ ସ୍ଥାନୀୟ ତହସିଲଦାର ସମୀର ରଞ୍ଜନ ବେହେରା ରାମ ମନ୍ଦିର ପରିଦର୍ଶନରେ ଆସି ଆର.ଆଇ. ମଲ୍ଲିକଙ୍କୁ ମାପ ଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏଠାରେ ଏକ ଧର୍ମଶାଳା ରହିଥିବା ବେଳେ ସେ ଧର୍ମଶାଳା ଠାରୁ ମିଳୁଥିବା ଭଡା ଟଙ୍କା ସେହି ଆତ୍ମ ଘୋଷିତ ସଂସ୍ଥା ଆତ୍ମସାତ କରିଥିବା ବେଳେ ୫୦ ରୁ ଉର୍ଦ୍ଧ ଷ୍ଟଲ ରହିଛି ଗୋଟିଏ ଷ୍ଟଲର ଭଡା ୪ ହଜାର ବୋଲି ଜାଣିବାକୁ ମିଳିଛି, ବିବାହ ବା ଅନ୍ୟ କୌଣସି ମିଟିଙ୍ଗ ପାଇଁ ଅନ୍ୟ ଏକ ବୈଠକ ଗୃହ ରହିଛି ସବୁ ଯାକ ଭଡା ଟଙ୍କା କାହା ସ୍ବାର୍ଥରେ ଲାଗୁଛି ସବୁଯାକ ତଦନ୍ତ କରି ଫେରିଛନ୍ତି ତହସିଲଦାର, ସୂଚନା ଯୋଗ୍ୟ ଯେ ଏହି ସବୁ ତଥ୍ୟ ସ୍ଥାନୀୟ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ଜାନୁଆରୀ ମାଗିଛନ୍ତି ଓ ସେହି ତଥା ଦେବା ପାଇଁ ଏହି ଗସ୍ତ ରହିଥିବା କୁହାଯାଉଥିବା ବେଳେ, ତହସିଲଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହା ସରକାରୀ ଜମିରେ ରହିଥିବା ହେତୁ ନୋଟିସ କରିବା ପାଇଁ ସର୍ବେ କରାଯାଉଛି ବୋଲି କହିବା ସହ ଆସନ୍ତା ଦିନରେ ଉଚ୍ଛେଦ କରିବେ ବୋଲି ସୂଚନା ଦେଇଥିଲେ, କଣ୍ଟାବାଞ୍ଜି ତହସିଲ କାର୍ଯ୍ଯାଳୟକୁ ଯେକେହି ତହସିଲଦାର ଆସିଲେ ଏହି ଅଭିଯୋଗକୁ କରାଯାଇ ଥାଏ କିନ୍ତୁ କେହିଜଣେ ବି ଏପରି ପଦକ୍ଷେପ ଗ୍ରହଣ କରିନଥିଲେ ପ୍ରଥମ କରି ଶ୍ରୀ ତହସିଲଦାର ବେହେରା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ହେତୁ ପ୍ରସଂଶାର ଛୁଅ ଛୁଟୁଛି

Leave A Reply

Your email address will not be published.