ରାଜ୍ୟ ପଶୁଚିକିତ୍ସା ବିଭାଗ ର ଅବସରପ୍ରାପ୍ତ ଉପ ନିର୍ଦ୍ଧେଶକ ଡାକ୍ତର ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ପରଲୋକ

ନୂଆଦିଲ୍ଲୀ / ଲଷ୍ମୀନାରାୟଣ ବେବର୍ତ୍ତା /ଅନୁଗୋଳ /(ଆ.ପ୍ର) )ଅନୁଗୋଳ ସହର ର ଶିମିଳିପଡା ନିବାସୀ,ବିଶିଷ୍ଟ ପଶୁ ଚିକିତ୍ସକ ତଥା ରାଜ୍ୟ ପଶୁଚିକିତ୍ସା ବିଭାଗ ର ଅବସରପ୍ରାପ୍ତ ଉପ ନିର୍ଦ୍ଧେଶକ ଡାକ୍ତର ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଗତ ଦୁଇ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ଦୁଇଟା ସମୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ଠାରେ ଚିକିତ୍ସାଧୀନ  ଅବସ୍ଥାରେ ପରଲୋକ ହୋଇଯାଇଛି. ମୃତ୍ୟୁ ବେଳକୁ ସ୍ବର୍ଗତ ପ୍ରଧାନ ଙ୍କୁ 82(ବୟାଅସି) ବର୍ଷ ହୋଇଥିବା ଜଣା ଯାଇଛି. ବାର୍ଦ୍ଧକ୍ୟଜନିତ  କାରଣରୁ ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ. ଡାକ୍ତର ମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ  ଗତ ମଙ୍ଗଳବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲେ.ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର, ରାଞ୍ଚି ର ସେଣ୍ଟ୍ରାଲ କୋଲଫି୍ଲ୍ଲଡ ଲିମିଟେଡ଼ (ସି. ସି ଏଲ.)ରେ 

 କମ୍ପାନୀ ସେକ୍ରେଟାରୀ ଥିବା ଅମରେଶ ପ୍ରଧାନ, ବୋହୁ ପ୍ରଜ୍ଞା ପ୍ରଧାନ, ନାତି,ନାତୁଣୀ, କନ୍ୟା ସୀମା ଦେହୁରୀ ଏବଂ ଜାମାତା  ତଥା କେନ୍ଦ୍ର ମନ୍ତ୍ରୀ ଙ୍କ ଅବସରପ୍ରାପ୍ତ ଅତିରିକ୍ତ ବ୍ୟକ୍ତିଗତ ସଚୀବ  ଶରତ କୁମାର ଦେହୁରୀ,ଙ୍କ ସହ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ.ପରିବାର ବର୍ଗ ଙ୍କ ଉପସ୍ଥିତ ରେ ତାଙ୍କର ଅନ୍ତୋଷ୍ଟ୍ରିକ୍ରିୟା (ଅନ୍ତିମ ସଂସ୍କାର )ପୁରୀ ସ୍ୱର୍ଗଦ୍ୱାର ଠାରେ କରାଯାଇଥିବା ବେଳେ  ପୁତ୍ର  ଅମରେଶ ମୁଖାଗ୍ନି  ଦେଇ ଥିଲେ.ଅନୁଗୋଳ ସରକାରୀ ମହାବିଦ୍ୟାଳୟ ର ବିଜ୍ଞାନ ବିଭାଗ ରେ ସନ 1958ମସିହା ରେ ପ୍ରଥମ ବର୍ଷ ର ସେ ଛାତ୍ର ଥିଲେ. ଜଣେ ସୁନାମଧନ୍ୟ ପଶୁ ଚିକିତ୍ସକ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦକ୍ଷତାର ସହ କାର୍ଯ୍ୟକରି ଶେଷରେ  ସେ ପଶୁ ଚିକିତ୍ସା ବିଭାଗ ର ଉପ ନିର୍ଦ୍ଧେଶକ ଭାବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଅବସର ଗ୍ରହଣ କରିଥିଲେ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ତର୍କାବେଡା ଗ୍ରାମର ମୂଳ ବାସିନ୍ଦା ସ୍ବର୍ଗତ ପ୍ରଧାନ ଜଣେ ସରଳ, ମିଷ୍ଟଭାସି, ଧର୍ମପରାୟଣ ବନ୍ଧୁପ୍ରେମୀ, ପରୋପକାରୀ, ଶିକ୍ଷlବିତ ସହ ଜଣେ ସୁନାମଧନ୍ୟ ପଶୁଚିକିତ୍ସକ ଭାବେ ଅନୁଗୋଳ ସହର ଓ ଏହାର ପାର୍ଶ୍ୱବର୍ତ୍ତୀ  ଅଂଚଳ ଓ ଢେଙ୍କାନାଳ ଜିଲ୍ଲା ରେ  ବେସ ପରିଚିତ ଥିଲେ. ତାଙ୍କ ବିୟୋଗ ରେ ସ୍ଥାନୀୟ ଅଂଚଳ ରେ ଶୋକରଛାୟା ଖେଳିଯାଇଛି.

Leave A Reply

Your email address will not be published.