କଣ୍ଟାବାଞ୍ଜି -ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଛୁଆ ଚୋରକୁ ନେଇ ଗୁଜବ ଲାଗିରହିଛି, ଗତ କିଛି ଦିନ ହେବ ସାରା ପଶ୍ଚିମ ଓଡ଼ିଶାରେ ଛୁଆ ଚୋରକୁ ନେଇ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଛୁଆ ଚୋରି ହେଉଥିବା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି, ଏହାକୁ ନେଇ ସହର ତଥା ଗ୍ରାମାଞ୍ଚଳରେ ନୂଆ ଚେହେରାର ଲୋକଙ୍କୁ ଦେଖିବା ମାତ୍ରେ ତାଙ୍କର ପରିଚୟ ବୁଝିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମାଡ ମାରି ଲହୁଲୁହାଣ କରି ନିକଟସ୍ଥ ଥାନାକୁ ଆଣି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ପରେ ପିଲା ଚୋର ହୋଇ ନ ଥିବା ଜଣାପଡିଥାଏ, ଏହି ପିଲା ଚୋର ଗୁଜବ ଏତେ ମାତ୍ରାରେ ପ୍ରଚାର ବଢିଯାଇଛି ଯେ ନିରୀହ ଗରିବ ଭିକାରୀ ମଧ୍ଯ ଏହି ରୋଷର ଶିକାର ହେବାରୁ ନିସ୍ତାର ପାଉନଥିବା ଜଣାପଡ଼ିଛି, ସେହି ଭଳି କଣ୍ଟାବାଞ୍ଜି ଓ ତୁରେକେଲା ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ଛୁଆ ଚୋର ସନ୍ଦେହରେ ନୀରିହ ବ୍ୟକ୍ତିମାନେ ଲୋକଙ୍କ ରୋଷର ଶିକାର ହୋଇ ମାଡ ଖାଇ ଲହୁଲୁହାଣ ହୋଇଥିବା ମଧ୍ଯ ଜଣାପଡ଼ିଛି, ଗତ କିଛି ବର୍ଷ ହେବ କଣ୍ଟାବାଞ୍ଜି ଅଞ୍ଚଳରେ ଏଭଳି ଗୁଜବ ପ୍ରଚାର ହେବା କ୍ଷଣେ କଣ୍ଟାବାଞ୍ଜି ଥାନା ପକ୍ଷରୁ ବୁଲା ଭିକାରୀ ଠୁ ନେଇ ଅଜଣା ବ୍ୟକ୍ତି ପର୍ଯ୍ୟନ୍ତ ପରିଚୟ ଖୋଜି ବାହାର କରିଥିଲା, ଏବେ କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳରେ ବାହାର ରାଜ୍ୟରୁ ଆସି କେତେକ ମହିଳା କୋଳରେ କୁନିକୁନି ଛୁଆଙ୍କୁ ଧରି ଭିକ୍ଷା ବୃତ୍ତି କରୁଥିବା ଦୃଷ୍ଟିକୁ ଆସିଛି, ଆଜି ଜଣେ ୬୦ ବର୍ଷିଆ ବୃଦ୍ଧା ମହିଳା କଟକ ବଡମ୍ବା ଅଞ୍ଚଳରୁ ଆସି କଣ୍ଟାବାଞ୍ଜି ଝାଡୁ ପଡାରେ ବୁଲାବୁଲି କରୁଥିବା ବେଳେ ସ୍ଥାନୀୟ ଲୋକେ ଛୁଆ ଚୋର ସନ୍ଦେହରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି, ପରେ ବୃଦ୍ଧା ମହିଳାଙ୍କୁ ପଡାବାସୀ ଧରି ଆଣି ପୁଲିସର ଜିମା ଦେଇଛନ୍ତି, ପୁଲିସ ବୃଦ୍ଧା ମହିଳାକୁ ପ୍ରଥମେ ଡାକ୍ତରଖାନା କୁ ନେଇ ଚିକିତ୍ସା କରେଇ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି,
ଯଦି ପୁଲିସ ବୁଲା ଭିକାରି ଠୁ ନେଇକି ଅଜଣା ବ୍ୟକ୍ତି ପର୍ଯ୍ୟନ୍ତ ପରିଚୟ ଖୋଜି ବାହାର କରନ୍ତା ତାହା ହେଲେ ନୀରିହ ଲୋକ ମାଡ ଖାଇବାରୁ ରକ୍ଷା ପାଇଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି,