ପଦ୍ମପୁର- ତ୍ରିରଙ୍ଗା ଯାତ୍ରା ଓ ହର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସଫଳ କରାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ଠାରେ ବିଜେପିର କାର୍ଯ୍ଯକର୍ତ୍ତା ମାନଙ୍କ ଏକ ସମ୍ମିଳନୀ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ହର ଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରାର ମହତ୍ବ ଓ ଆଭିମୁଖ୍ଯ ଉପରେ ମତବ୍ୟକ୍ତ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା ରାଜ୍ଯ ସଂପାଦକ ଶ୍ରୀ ପ୍ରୀତେଶ ବହିଦାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଦେଶ ଯେତେ ବେଳେ ଆଜାଦୀ ର ଅମୃତ ମହୋତ୍ସବ ପାଳନ କରୁଛି ଆମ ଦେଶର ମାନ,ସମ୍ମାନ,ସ୍ବାଭିମାନ ର ପ୍ରତୀକ ” ତ୍ରିରଙ୍ଗା ” ଝଣ୍ତା ର ଯାତ୍ରା ଦେଶବାସୀଙ୍କ ଭିତରେ ରାଷ୍ଟ୍ର ଭକ୍ତି ର ଏକ ଉଦାହରଣ ସୃଷ୍ଟି ହେବ ବୋଲି ମତ ଦେଇଥିଲେ । ସମ୍ମିଳନୀର ପ୍ରସ୍ତାବ ଅନୁସାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ୫୬ଟି ଗ୍ରାମ ପଞ୍ଚାୟତ ମୁଖ୍ଯ କାର୍ଯ୍ଯାଳୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ କରାଇବା ସହ ପଦ୍ମପୁର ସହରରେ ଏକ ଅଭିନବ ଡଙ୍ଗରେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ ସ୍ଥିର କରା ଯାଇଥିଲା । ପଦ୍ମପୁର ଅଞ୍ଚଳର ୧୦ ହଜାର ପରିବାର ଙ୍କ ଘର ଉପରେ ଅଗଷ୍ଟ ୧୩ ରୁ ୧୫ ତାରିଖ ଭିତରେ ତ୍ରିରଙ୍ଗା ଝଣ୍ତା ଭଡାଇବା ପାଇଁ ଆହ୍ବାନ ଦିଆ ଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ତଥା ବୋଡାସମ୍ବର ଜମିଦାର ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା,ପଦ୍ମପୁର ଜିଲ୍ଲା ପରିଷଦ ସଭ୍ଯ ମକରଧ୍ଵଜ ବଗାର,ମାଣ୍ଡୋସିଲ ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ତ୍ରିପୁରା ବରିହା,କୃଷକ ମୋର୍ଚ୍ଚା ନେତା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ,ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ମଦନ ମୋହନ ପଟେଲ, ମାଣ୍ଡୋସିଲ ମଣ୍ତଳ ସଭାପତି ଶ୍ରୀ ସଂଜୟ ବେହେରା,ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା,ଦହିତା ମଣ୍ଡଳ ସଭାପତି କେତନ ମେହେର,ନଗର ସଭାପତି ଶ୍ରୀ ସୁନୀଲ ଅଗ୍ରୱାଲଙ୍କ ସମେତ ଦଳର ବରିଷ୍ଠ ନେତା ଶ୍ରୀ ରାଜୁ ଘିବେଲା,ଚିନ୍ମୟ ପଣ୍ତା,ଡା ଶ୍ରୀକାନ୍ତ ପାଣୀଗ୍ରାହୀ,ଲଳିତ ଜଗତ,ରାମ ବାଜପେୟୀ,ନରୋତ୍ତମ ଦାସ,ସୁଶାନ୍ତ ନାଗ,ଦୁଃଶାସନ କୁମ୍ଭାର,ପଙ୍କଜ ସାହୁ,ଅମ୍ବଲ୍ଯ ଦାସ,ତିଳକ ରଣା,ଫକିର ଭୋଇ,ଗରିବ ଭୋଇ,ଅରୁଣ ମୁଣ୍ତ,କୁନାଲ ପାଣିଗ୍ରାହୀ,ସୁମିତ ଘିବେଲା,ପ୍ରମୋଦ ମେହେର,ରୋଶନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।