ସାପ କାମୁଡ଼ାରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଗୁରୁତର 

ବୁଗୁଡ଼ା-  ବୁଗୁଡ଼ା ଥାନା ଅନ୍ତର୍ଗତ ଆଦିପୁର ଗ୍ରାମ ବଡଦାଣ୍ଡ ସାହିର ସୁରେନ୍ଦ୍ର ନାଥ ବିଷୋୟୀ (୫୮) ସାପ କାମୁଡ଼ାରେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି  । ଘଟଣାରୁ ପ୍ରକାଶ ଯେ , ଆଜି ସକାଳେ ସୁରେନ୍ଦ୍ର ନିଜ ପଦରରେ ଘାସ ଉପୁଡାଉଥିବା ବେଳେ ଏକ ନାଗସାପ ତାଙ୍କ ବାମ ହାତର ବୁଢା ଅଙ୍ଗୁଳିକୁ କାମୁଡି ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା  । ପ୍ରକାଶ ଯୋଗ୍ୟ ଯେ , ସୁରେନ୍ଦ୍ର ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କାର୍ଯ୍ୟରତ କର୍ମଚାରୀ ଅଟନ୍ତି ।

Leave A Reply

Your email address will not be published.