ଜଟଣୀ- ଜଟଣୀରେ ନିର୍ମାଣଧିନ ପ୍ଲାଏଓଭର୍ ବ୍ରିଜ୍ ରେ ଅଘଟଣ ଏକ ଶ୍ରମିକର କ୍ଷୟକ୍ଷତି ହୋଇଥିବା ସୂଚନା । ସୂଚନା ଅନୁଯାୟୀ ଆଜି ମାଛ ମାର୍କେଟ ପରିସର ପାଖରେ ରେଲୱେ ଟ୍ରାକ ଉପରେ ନିର୍ମାଣ ବ୍ରିଜ ଉପରୁ ଏକ ଓଜନିଆ ଲୁହା ଫ୍ଲାଟ୍ କାର୍ଯ୍ୟରତ ଏକ ଶ୍ରମିକର ଉପରେ ଖସି ପଡ଼ିଯାଇଥିଲା ।ଯାହାଦ୍ଵାରା ଶ୍ରମିକର ଦୁଇଟି ଗୋଡ ଭାଙ୍ଗି ନଷ୍ଟ ହୋଇଯାଇଛି,ଗୁରୁତର ଶ୍ରମିକକୁ ସ୍ଥାନୀୟ ଲୋକ ଓ ସାଥୀ ଶ୍ରମିକମାନେ ଉଦ୍ଧାରକରୀ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।ଘଟଣାର ଅଧିକ ତଦନ୍ତ ଜାରି ରହିଛି ।