ବିଜୁ ଜନତା ଦଳ ପକ୍ଷରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଅସ୍ତରଙ୍ଗ- ଅସ୍ତରଙ୍ଗ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କୁ ଥାନା ପରିସରରେ ଅସ୍ତରଙ୍ଗ ବ୍ଲକବିଜୁ ଜନତା ଦଳ ପକ୍ଷରୁପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଛି। ବିଜୁ ଜନତା ଦଳର ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ଵାଧୀନ କୁମାର ନାୟକଙ୍କ ନେତୃତ୍ବରେ ବ୍ଲକ ବିଜୁ ଜନତା ଦଳ ସଭାପତି କେଦାର ନାଥ ବିଶ୍ଵାଳ, ବିଜୁ ଛାତ୍ର ଜନତା ସଭାପତି ପ୍ରଶାନ୍ତ କୁମାର ନାୟକ, ଛାତ୍ର ଜନତାର ସାମାଜିକ ଗଣମାଧ୍ୟମ ପ୍ରତିନିଧି ରୁଦ୍ର ପ୍ରସାଦ ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ଟିକିନା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ଵାଇଁ, ବରିଷ୍ଠ ବିଜେଡି ନେତା କୁଞ୍ଜ ବିହାରୀ ପ୍ରଧାନ,  ଆଇନଜୀବୀ ତଥା ବିଜେଡି ଯୁବ ସଙ୍ଗଠକ ଦିବ୍ୟଦର୍ଶୀ ବିଶ୍ୱାଳ ,ଇଂ ଦୀପକ ପରିଡ଼ା,ଶିବ ପ୍ରସାଦ ଯେନା,ଚକ୍ରଧର ସ୍ୱାଇଁ, ପୁରନ୍ଦର ମହାନ୍ତି, ପ୍ରଫୁଲ୍ଲ କୁମାର ସ୍ୱାଇଁ, ନିର୍ମଳ ମଲ୍ଲ ,ସରପଞ୍ଚ ଶ୍ରୀୟା ବରାଳ,ବୃନ୍ଦାବନ ନାୟକ ,ଯଶୋବନ୍ତ ନାୟକ, କ୍ଷୀରୋଦ କାଣ୍ଡି ,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ, ରାମଚନ୍ଦ୍ର ନାୟକ ,ଟିକିନା ଯେନାଙ୍କ ସମେତ ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ। ଅସ୍ତରଙ୍ଗ ବ୍ଲକରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ନ୍ୟାୟୋଚିତ ଭାବରେ ସମସ୍ତ ଜନସାଧାରଣ ମାନଙ୍କୁ ନ୍ୟାୟ ମିଳେ ସେଥି ପ୍ରତି ଦୃଷ୍ଟି ଦେବାକୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ।ଯେପରି କୌଣସି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କହିଥିଲେ।ଥାନା ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ପ୍ରତିନିଧି ଦଳଙ୍କୁ କହିଥିଲେ ଯେ ଆପଣ ମାନଙ୍କ ପୂର୍ଣ୍ଣ ସହଯୋଗ ରହିଲେ ଆଇନ ସବୁବେଳେ ଆଇନ ବାଟରେ ଯିବ।ଅସ୍ତରଙ୍ଗ ଥାନା ଅଞ୍ଚଳରେ ସବୁବେକେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ପରିଡା ପ୍ରତିଶ୍ରୁତି ଦେଇଥିଲେ। ଅପରାଧ, ଚୋରି ଡକାୟତି, ଗୋଷ୍ଠୀ ସଂଘର୍ଷ  ରାଜନୈତିକ ହିଂସା ଉପରେ ତୀକ୍ଷଣ ନଜର ରଖିବା ପାଇଁ ମଧ୍ୟ କହିଥିଲେ।କିଛି ସମୟ ଆଲୋଚନା କରିବା ପରେ ପ୍ରତିନିଧି ଦଳ ଥାନରୁ ଆସିଥିଲେ।

Leave A Reply

Your email address will not be published.