ବିପୁଳ ପରିମାଣରେ ଆଦିବାସୀ ମହିଳା ପୁରୁଷ ଯୋଗ ରାଲିରେ ବାହାରି ସହର ପରିକ୍ରମା କରିଥିଲେ
କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ଜି. ଆର. ପ୍ଲେସ ଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ଵ ଆଦିବାସୀ ଦିବସ ପାଳନ, ଏଥିରେ ବେଲପଡ଼ା ବ୍ଳକ ତୁରେକେଲା ବ୍ଲକ ବଙ୍ଗୋମୁଣ୍ଡା ବ୍ଳକ ମୁରିବାହାଲ ବ୍ଲକ ଅଞ୍ଚଳର ପ୍ରମୁଖ ଆଦିବାସୀ ମାନେ ଯୋଗ ଦେଇ ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲେ, ଜୀ.ଆର. ପ୍ଲେସ ଠାରୁ ଆଦିବାସୀଙ୍କ ଡ଼ାକ ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିଥିଲେ, କଣ୍ଟାବାଞ୍ଜି ପୁଲିସ ସାହାର୍ଯ୍ୟ କ୍ରମେ ଏହି ଆଦିବାସୀଙ୍କ ରାଲି ସଫଳ ହୋଇଥିବା ବେଳେ ଜୀ.ଆର. ପ୍ଲେସରେ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା ତେଣୁକରି ସମସ୍ତ ଆଦିବାସୀ ଖାଇଲା ଉତାରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଥିବା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ମଞ୍ଚାସୀନ କରାଯାଇଥିଲା, ମଞ୍ଚାସୀନ ଥିବା ବସନ୍ତ ମାଝୀ ୬୨ ପ୍ରକାର ଆଦିବାସୀ ମାନଙ୍କର କୁଳ ଦେବା ଦେବୀଙ୍କର ସମ୍ମାନ ପ୍ରଦାନ କରିବା ସହ ନମସ୍କାର କରିବା ସହ ତାଙ୍କ ବକ୍ତବ୍ୟ ରଖିଥିଲେ ଓ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ବଙ୍ଗଳାଦେଶର ଚିହ୍ନ କୁ ଆମେ ଆଦିବାସୀ ଚିହ୍ନ ବୋଲି ବ୍ୟବହାର କରୁ ତଥା କିଛି ନୂତନ ଭାବେ ଆଦିବାସୀ ସଂଘରେ ଯୋଡି ଯାଇଥିବା ବ୍ୟକ୍ତି ମାନେ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବହିଷ୍କାର କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରୁ ଆସିଥିବା ଆଦିବାସୀ ଜିଲ୍ଲା ସଂଯୋଜକ କରୁଣାକର ମାଝୀ ଉପସ୍ଥିତ ଥିବା ସମସ୍ତ ମାତୃ ଓ ପିତୃ ଶକ୍ତି କୁ ନମସ୍କାର ଜାଣିବା ପରେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମସ୍ତ ପୀଡିତ ଲୋକମାନଙ୍କର ଥଇଥାନ ଓ ସାହାର୍ଯ୍ୟ ହେବ ହୋଇଛି ଆଦିବାସୀ, ଏହି କାର୍ଯ୍ଯକ୍ରମ ଗିରି ରାଜ ମାଝୀଙ୍କ ନେତୃତ୍ଵରେ ଆୟୋଜନ ହୋଇଥିବା ବେଳେ ଅନେକ ଲୋକ ମଞ୍ଚାସୀନ ଥିଲେ, କଣ୍ଟାବାଞ୍ଜି ଏଡ଼ିସିନାଲ ତହସିଲଦାର ଯୋଗେଶ୍ଵର ମାଝିଙ୍କୁ ମଧ୍ଯ ନିମନ୍ତ୍ରଣ କରାଯାଇଥିଲା ହେଲେ କିଛି ସମସ୍ୟା ଯୋଗୁଁ ଉପସ୍ଥିତ ହୋଇପାରିଲେ ନାହିଁ ତଥା ପୂର୍ବତନ ଥାନା ଅଧିକାରୀ ସତ୍ୟଜିତଙ୍କୁ ମଧ୍ଯ ନିମନ୍ତ୍ରଣ କରାଯାଇଥିଲା ଓ ଢାକେଶ୍ୱରୀ ମଲ୍ଲିକ ଉପସ୍ଥିତ ନ ଥିଲେ. ଓ ଆଦିବାସୀ ଯୁବତୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଯାହାର ମନମୁଗ୍ଧ ହୋଇ ଅତିଥି ମାନେ ପୁରସ୍କୃତ କରିଥିଲେ