କୁହିକା- ଓଡିଶା ଖଣି ନିଗମ ଦ୍ୱାରା କାଳିଆପାଣି ଶିବ ମନ୍ଦିର ନିକଟରେ ଏକ ପଲ୍ଲୀ ସଭା ଆୟୋଜିତ କରାଯାଇଥିଲା । ଖଣି ନିଗମ ର ଲକ୍ଷ ଥିଲା ଖଣି ପ୍ରଭାବିତ ଅଞ୍ଚଳ ଗୁଡିକ ରେ ଆଦର୍ଶ ବିଦ୍ୟାଳୟ ଓ ସମ୍ପ୍ରଦାୟ ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ସମ୍ପ୍ରଦାୟ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଲାଗି ୦.୯୮ ହେକ୍ଟର ଓ ଆଦର୍ଶ ବିଦ୍ୟାଳୟ ଲାଗି ୦.୯୯ ହେକ୍ଟର ଆବଶ୍ୟକ । ଏହି ଦୁଇଟି ପ୍ଲାଟ ପାଇଁ ଓଡିଶା ଖଣି ନିଗମ କୁ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଜଙ୍ଗଲ ଜମି କୁ ଅଣ ଜଙ୍ଗଲ ଜମି କରିବାକୁ ଅନୁମତି ଆବଶ୍ୟକ ପଡିଥିବା ବେଳେ ଓଡିଶା ଖଣି ନିଗମ ଏହି ପଲ୍ଲିସଭା ର ଆୟୋଜନ କରିଥିଲା ଯାହା କି ଗ୍ରାମବାସୀ ଙ୍କ ପୂର୍ଣ ସମର୍ଥନ ମିଳିଥିଲା । ଏହି ସଭା ରେ ସ୍ଥାନୀୟ ସରପଞ୍ଚ ବିକାଶ କୁମାର ପାତ୍ର ,ସମିତି ସଭ୍ୟ ସାଲୁକା ହନାଗା , ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର,ଆଶିଷ କୁମାର ଜେନା , ଜିଲାପରିଷଦ ଜେମା ଚାଖି , ଭରତ ମହାନ୍ତ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବସିନ୍ଧା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।