ଋଷିକୂଲ୍ୟା ନଦୀରେ ବୁଡି ଯାଉଥିବା ବେଳେ ନାବାଳକକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପୁରୁଷୋତ୍ତମପୁର- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହାଣ୍ଡିଘର ପଞ୍ଚାୟତର ଗ୍ରାମର ଦଣ୍ଡେଶ୍ୱର ଦାସଙ୍କ ପୁଅ ସନ୍ତୋଷ କୁମାର ଦାସ ‘୧୭ ବୟସ ‘ ନିଜ ଘର ପାଖରେ ଥିବା ଋଷିକୂଲ୍ୟା ନଦୀକୁ ଗାଧେଇବାକୁ ଯାଇଥିଲା ବେଲେ ଗାଧୋଇବା ବେଳେ ପାଣିର ସ୍ରୋତ ତୀବ୍ର ଗତିରେ ଥିବାରୁ ସନ୍ତୋଷ ର ଗୋଡ଼ଟି ଖସିଯିବାରୁ ନଦୀରେ ଭାସି ଯାଇଥିଲା। ସେଠାରେ ଗାଧୋଉଥିବା କିଛି ଲୋକେ ଉକ୍ତ ନାବାଳକକୁ ଉଦ୍ଧାର କରିବାକୁ ସାହସ କରିପାରିନଥିଲେ l ସେଠୁ ଦୌଡ଼ି ଆସି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ତାପରେ ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମହାପାତ୍ର ବିଡ଼ିଓ ବିଜୟ କୁମାର ବେହେରାଙ୍କୁ ଜଣାଇବା ପରେ ସେ ନିଜେ ଅଗ୍ନିଶମ ବିଭାଗ ସେକ୍ସନ ଅଧିକାରୀ ଉମା ଚରଣ ଭଟ୍ଟମିଶ୍ରଙ୍କୁ ଖବର ଯଣାଇବା କ୍ଷଣି କର୍ମଚାରୀ ମାନେ ଘଟଣା ସ୍ଥଳେ ପହଁଞ୍ଚିଥିଲେ। କିନ୍ତୁ ଘଟଣା ସ୍ଥାନରୁ ଉକ୍ତ ନାବାଳକ ପ୍ରାୟ ‘୫’ କିଲୋମିଟର ଦୂରକୁ ଭାସି ଯାଇଥିଲା। ଖାଜିପଲ୍ଲୀ ଗ୍ରାମ ନଦୀ ତୋଠ ଠାରୁ ସନ୍ତୋଷ କୁ ଉଦ୍ଧାର କରି ପୁରୁଷୋତ୍ତମପୁର ହସ୍ପିଟାଲରେ ଭର୍ତି କରିଥିଲେ l ତତକ୍ଷଣାତ ଡାକ୍ତର ଆସି ନାବାଳକର ଚିକିତ୍ସା କରାଇଥିଲେ । ଚିକିତ୍ସା କରିବା ସମୟରେ ବିଡ଼ିଓ ବିଜୟ କୁମାର ବେହେରା, ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର,ଗ୍ରାମର କିଛି ଯୁବକ ଉପସ୍ଥିତ ଥିଲେ l ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ତାରଜନ ନାୟକ, ସୂର୍ଯ୍ୟ ନାରାୟଣ ଆଚାରୀ, ଭଗବାନ ମୁଦୁଲି, ଦିଲ୍ଲୀପ କୁମାର ପାଇକ୍ରାଇ, ହେମନ୍ତ ବେହେରା, ଦୁଃସମନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କରିଥିଲେ l

Leave A Reply

Your email address will not be published.