ମୟୂରଭଞ୍ଜ- ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ମୟୂରଭଞ୍ଜ ଶାଖା ତରଫରୁ ଏକ ସୂଚନା ଅଧୀକାର କର୍ମୀ ସମ୍ମିଳନୀ ମୋରୋଡା ବ୍ଲକ ଅଧିନ ଦାନ୍ତିଆମୁହାଁ ଠାରେ ମହେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥଲା ।ଏହି ସମ୍ମିଳନୀରେ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ମୟୂରଭଞ୍ଜ ଶାଖାର ପୂର୍ବତନ ଆବାହକ ସନ୍ତୋଷ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚକ୍ରଧର ସାହୁ,ମନୋଜପତି ରାକେଶ ସିଂ,,ଆଶିଶ ବଶା, , ପ୍ରମୁଖ ଯୋଗ ଦେଇଥିଲେ । ସମ୍ମିଳନୀରେ ଓଡିଶା ସୂଚନା ଅଧୀକାର ଅଭିଯାନ(ଓସା) ମୟୂରଭଞ୍ଜ ଶାଖାର ସଂଗଠନ କୁ ଅଧୀକ ବ୍ୟାପକ ଓ ସମୃଦ୍ଧ କରିବା ପାଇଁ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ସମ୍ମିଳନୀରେ ପ୍ରତାପ ମହାନ୍ତ ଆଦିବାସୀ ଛାତ୍ରଙ୍କ ନାମରେ କିପରି ଚଞ୍ଝକତା ହେଇଛି ଓ ମହେଶ୍ୱର ମହାନ୍ତି ସୁଚନା ଅଧୀକାର ଆଇନ ବଳରେଲୋଧା ଉନ୍ନୟନ ଅଫିସରଙ୍କୁ ଟ୪୦୦୦/-ଙ୍କା ରେଦଣ୍ଡିତ କରାଇ ପାରିଛନ୍ତିିଓ ଅନ୍ୟାୟରେ ଆଦାୟ ଅର୍ଥ ଟ୬୭୨/-ଙ୍କାକୁ ଫେରି ପାଇଛନ୍ତି, ଭାଲିଆଡିହା ର ଚିତେଶ୍ୱରଧଳଙ୍କ ଦଶମଶ୍ରେଣୀର ପଢୁଥବା ପୁତ୍ର ଚିନ୍ମୟଧଳଙ୍କ୨୦୧୮ମସିହାରେ ଡାକ୍ତରଖାନା କତୃପକ୍ଷଙ୍କ ଅବହେଳା ଯୋଗୁ ସାପ କାମୁଡାରେ ମୃତ୍୍ୟୁ ହୋଇଥିଲେ ମଧ୍ୟ ଡାକ୍ତରଖାନା କତୃପକ୍ଷ ତାଙ୍କୁ ମୃତ୍୍ୟୁର ସଠିକ ପ୍ରମାଣପତ୍ର ଦେଉନଥିବାରୁ ସେ ସରକାରି ସାହାଯ୍ୟ ପାଇବାରୁ ବଞ୍ଝିତ ହୋଇଛନ୍ତି ଏବଂ ସେ ସୂଚନା ଅଧୂକାର ଆଇନ ବଳରେ ଜାରି ରଖିଥୀବା ଲଢେଇ କୁ ବର୍ଣ୍ଣନା କରିଥିଲେ । ଓଡିଶା ସୂଚନା ଅଧୀକାର ଅଭିଯାନ(ଓସା) ରାଜ୍ୟ ଓ ମୟୂରଭଞ୍ଜ ଶାଖା ର କିପରି ଅର୍ଥୀକ ବୃଦ୍ଧି ହେବ ସେ ଦିଗରେ ସଦସ୍ୟ ମାନେ ନିଜର ମତ ରଖିଥିଲେ । ଓଡିଶାରେ ବହୁବ୍ୟକ୍ତି ଓ ଅନୁଷ୍ଠାନ ସୂଚନା ଅଧୀକାର ଆଇନ କୁ ବ୍ୟବହାର କରୁଥିଲେ ମଧ୍ୟ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) , ସୂଚନା ଅଧୀକାର ଆଇନ-୨୦୦୫ କୁ ସଫଳତା ସହ ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଚାଲିଛି । ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ର ସୂଚନା ଅଧୀକାର କର୍ମୀ ମାନେସୂଚନା ଅଧୀକାର ଆଇନ-୨୦୦୫ କୁ ବ୍ୟବହାର କର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଓ କାର୍ଯ୍ୟରେ ହେଉଥିବା ସବୁ ଦୁର୍ନ୍ନିତି ଓ. ସରକାରଙ୍କ ବିଭିନ୍ନ ମିଥା ପ୍ରଚାରକୁ ଓଡିଶାର ଜନସାଧାରଣଙ୍କ ନଜରକୁ ଆଣୁଛି । ଜନସାଧାରଣଙ୍କୁ ବିଶଦ ଭାବରେ ସରକାରୀ କଳର ଦୁର୍ନ୍ନିତିକୁ ଜଣାଇବା ପାଇଁ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ନିଜର ଏକ ମୁଖପତ୍ର \”ସୂଚନା ଅଧୀକାର, ଜାନୁଆରୀ -୨୦୨୨ମାସରୁ ପ୍ରକାଶ କରୁଛି ।ଟ ୫/-ଙ୍କା ମୂଲ୍ୟର ଏହି ପତ୍ରିକାକୁ ସମସ୍ତ କର୍ମୀ ନିଜେ ନେବା ସହିତ ଲୋକଙ୍କୁ ବିକ୍ରୟ କରି ଓସାକୁ ଅର୍ଥୀକ ସହଯୋଗ କରିବାକୁ ସନ୍ତୋଷ ମହାନ୍ତି ଅନୁରୋଧ କରିଥିଲେ ।ଏହି ସମ୍ମିଳନିରେ ମୋରୋଡା, ଶୁଳିଆପଦା, ରାସଗୋବିନ୍ଦପୁର,ଖୁଣ୍ଟା ବେତନଟୀ ର କର୍ମୀ ଯୋଗ ଦେଇଥିଲେ । ନୂତନ ସଦସ୍ୟ ଭାବେ ବାସୁଦେବ ନାୟକ,ଚିତେଶ୍ୱରଧଳ,ଜୟାନ୍ତା କୁମାର ଧଲ,ଲକ୍ଷ୍ମୀଧର ପାତ୍ର,ମୃତ୍୍ୟୃ୍ଞ୍ଜୟ ସର୍ଦ୍ଦାର.ସୋନୁ ସି,ପ୍ରହଲାଦ ସି,ବିଜୁ ସିଂ,ଚକ୍ରଧର ମୁର୍ମୁପ୍ରମୁଖ ଓଡିଶା ସୂଚନା ଅଧୀକାର ଅଭିଯାନ(ଓସା) ମୟୂରଭଞ୍ଜ ଶାଖା ର ସଦସ୍ୟତା ଗ୍ରହଣ କରିଥିଲେ ।ସମ୍ମିଳନିରେ ଦୟାନିଧୀ ମହାନ୍ତ, ପ୍ରତାପ ମହାନ୍ତ, ନରେନ୍ଦ୍ରମହାନ୍ତ, ହିମାଂଶୁମହାନ୍ତ ,ତପନମହାନ୍ତ, ରାଧାନାଥମହାନ୍ତ, ଜୟନ୍ତକୁମାରଧଡା, ମଦନ ମୋହନ ବିନ୍ଧାଣୀ,, ରଞ୍ଜନ ପାତ୍ର,ଗୋବିନ୍ଦ ଟିପିରିଆ,ମୁନସି ହେମ୍ବ୍ରମ, , ଳାଲମୋହନ ମୁର୍ମୁ, , ସୁମନ୍ତ ମହାନ୍ତ, ତରଙ୍ଗିନି ଭୋଇ,ମହେଶ୍ୱର ହାଁସଦା,ରଶ୍ମୀରାଣୀ ପାଟବନ୍ଧା,କଳ୍ପନା ସି, ରାଜକୁମାର ସି, ଗଦାଧର ବେହେରା, ସନ୍ତୋଷ କୁମାର ବେହେରା, ଦେବସ୍ମିତା ଦେଓ, ନିର୍ମଲ ସି, ସପନ ରାମ,ଭରଦ୍ୱାଜ ପାତ୍ର.ମୀନା ସିଂ,ସନ୍ତୋଷ ମହାନ୍ତ, ସୁରଜବାରିକ, ତପନସିଂ, ଦୁର୍ଗା ସୋରେନ, ତରଙ୍ଗିନି ଭୋଇ, ଅନ୍ନପୂର୍ଣ୍ଣା ମହାନ୍ତ, ତୁଳସି ମହାନ୍ତ, ହରିପ୍ରୀୟା ଧଳ, ରାଜୀବ ମହାନ୍ତ, ରାଜ କୁମାର ସି, ଭିକୁରାମ ମୁର୍ମୁ, ସୁମନ୍ତ ମହାନ୍ତ,ଜଗାନ୍ନାଥ ମୁର୍ମୁ,ତ୍ରୀଲୋଚନ ମହା.ବରେନ୍ଦ୍ର ଦାସ,ଦୁଶାସନ ମହାନ୍ତ,ସାଇପ୍ରକାଶ ମହାନ୍ତି,ଶାନ୍ତନୁ ବାରିକ .ପ୍ରମୁଖ ଯୋଗ ଦେଇଥିଲେ ।