ବୁଗୁଡ଼ା- ଦେଶ ସ୍ଵାଧୀନତାର ୭୫ ବର୍ଷ ପାଳନ ଅବସରରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ଉପ-ଡାକ ବିଭାଗ ପକ୍ଷରୁ ୨୫ଟଙ୍କା ମୂଲ୍ୟରେ ଗୋଟିଏ ଲେଖାଏଁ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ ସୋମବାର ଠାରୁ ହୋଇଯାଇଛି । ସ୍ଥାନୀୟ ସବ୍ ପୋଷ୍ଟମାଷ୍ଟର ଜୟ ପ୍ରକାଶ ବିଷୋୟୀ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅନ୍ୟ କର୍ମଚାରୀମାନଙ୍କ ସମେତ କ୍ରେତାମାନେ ଉପସ୍ଥିତ ରହିଥିଲେ । ବୁଗୁଡା ସହର ଉପଡ଼ାକଘର ସହିତ ଅଞ୍ଚଳର ୧୮ଟି ଗ୍ରାମୀଣ ଡାକଘରେ ମଧ୍ୟ ତ୍ରିରଙ୍ଗା ପତାକା ବିକ୍ରି ହେଉଥିବା ଜଣାଯାଇଛି ।