ବାଲେଶ୍ଵର- ଝିଅର ବୟସ ମାତ୍ର ଆଠ ବର୍ଷ । ସେ ଝିଅଟି ସୁଖ ଦୁଃଖ କ’ଣ ଜାଣେ ନାହିଁ l ଝିଅଟି ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ସ୍କୁଲ ଯିବାପାଇଁ ବାହାରୁ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲା । ସବୁଦିନ ପରି ଠିକ୍ ସମୟରେ ଛାତ୍ରୀ ଜଣକ ସ୍କୁଲରେ ନ ପହଞ୍ଚିବାରୁ କାରଣ ଜାଣିବା ପାଇଁ ପିଲାର ଘରେ ପହଂଚି ଥିଲେ ବିଦ୍ୟାଳୟ ଶିକ୍ଷକ । କିନ୍ତୁ ପିଲାର ଯନ୍ତ୍ରଣା ସହି ନପାରି ପରିବାର ଲୋକେ ପାଖ ଦୋକାନରୁ ଔଷଧ ଆଣି ଦେଇଛନ୍ତି । କିନ୍ତୁ ଯନ୍ତ୍ରଣା କମିଲା ନାହିଁ । ବିଦ୍ୟାଳୟର ଜଣେ ଉତ୍ତମ ଛାତ୍ରୀ ଥିବାରୁ ଶୀଘ୍ର ଭଲ ହେବା ପାଇଁ ଲାଗି ପଡିଲେ । ବାପାମା ଗରିବ ହୋଇଥିବାରୁ ମାଗିଯାଚି କିଛି ଯୋଗାଡ କରି ଝିଅର ଚିକିତ୍ସା ପାଇଁ ବାଲେଶ୍ଵର ମେଡ଼ିକାଲକୁ ଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଭୁବନେଶ୍ୱର ଓ ପରେ ହାଇଦ୍ରାବାଦ ନେଇଥିଲେ । କିନ୍ତୁ ବିଦ୍ୟାଳୟର ଶିକ୍ଷକ ଗଣେଷ ସାର୍ ଘର ଲୋକଙ୍କୁ ଧରି ଘର ଘର ବୋଲି ଛାତ୍ରୀଟିର ଜୀବନ ବଞ୍ଚାଇବା ନିମନ୍ତେ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ପିଲାଟି ଏବେ ହାଇଦ୍ରାବାଦରେ ଚିକିତ୍ସା ହେଉଛି l ଘଟଣାଟି ହେଉଛି ବସ୍ତା ବ୍ଲକର ଭେଲୋରା ଗ୍ରାମ ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ନଟବର ସାହୁଙ୍କ ଝିଅ ମଧୁସ୍ମିତା କ୍ଷେତ୍ରରେ । ସମସ୍ତ ପରୀକ୍ଷା ଓ ନିରୀକ୍ଷା ପରେ ହାର୍ଟରେ କଣା ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ । ଏଥିପାଇଁ ଅପରେସନ୍ ନିହାତି ଜରୁରୀ । ଘରର ଆର୍ଥିକ ଅବସ୍ଥା ଦୁର୍ବଳ । ଦୁନିଆଁ ଦେଖିବା ଆଗରୁ ଝଡି ପଡିବାକୁ ଥିବା କୁନି ଝିଅର ଜୀବନ ବଞ୍ଚାଇବାକୁ ହେଲେ ପ୍ରଚୁର ଅର୍ଥର ଆବଶ୍ୟକ ଅଛି । ଏପରିସ୍ଥିତିରେ ଝିଅର ଚିକିତ୍ସା ପାଇଁ ପରିବାରବର୍ଗ ଓ ବିଦ୍ୟାଳୟ ଶିକ୍ଷକ ସମସ୍ତଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ପିଲାଟିକୁ ବଞ୍ଚାଇବା ପାଇଁ ସାହାଯ୍ୟର ହାତ ବଢ଼ାନ୍ତି ତେବେ
ବ୍ୟାଙ୍କ ଅଫ ଇଣ୍ଡିଆ -A/C ନମ୍ବର -548210110011083
IFCI -BKID 0005482
Gpay ନମ୍ବର -7894504499 ରେ ପଠାଇପାରିବେ ।