ଭଞ୍ଜନଗର- ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ‘ନିରିକ୍ଷଣ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ମେଡିକାଲ୍ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଆଜି ଗର୍ଭବତୀ ମହିଳାଙ୍କ ମାଗଣାରେ ଅଲଟ୍ରାସାଉଣ୍ଡ୍ କରାଯାଇଥିଲା। ଜିଲ୍ଲାରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ସହ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସରକାରୀ ଡାକ୍ତରଖାନା ବ୍ୟତୀତ ପ୍ରତିମାସର ୯ ତାରିଖ ଦିନ ଗର୍ଭବତୀ ମହିଳା ମାନେ ସେମାନଙ୍କ ସ୍ବାସ୍ଥ ଅବସ୍ଥା ଯାଞ୍ଚ କରିବା ସହ ବେସରକାରୀ ଅଲଟ୍ରାସାଉଣ୍ଡ୍ କ୍ଳିନିକ୍ ଠାରେ ମାଗଣାରେ ନିଜର ପରୀକ୍ଷା କରି ପାରିବେ। ଆଜି ପ୍ରଥମ ଦିନରେ କିଛି ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା.ପି.ଶ୍ରୀଲେଖା ମହିଳା ମାନଙ୍କ ପରୀକ୍ଷା କରିଥିଲେ।