କେନ୍ଦ୍ରାପଡ଼ା- ମହାମହିମ ରାଜ୍ୟପାଳଙ୍କ କେନ୍ଦ୍ରାପଡ଼ା ଗସ୍ତ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ। ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟପାଳ ମାନନୀୟ ପ୍ରଫେସର ଗଣେଶୀ ଲାଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି କନିକା ପ୍ରଜା ଆନ୍ଦୋଳନର ପୁରୋଧା ତଥା ବିପ୍ଲବୀ କବି ଆନନ୍ଦଚନ୍ଦ୍ର ଜେନାଙ୍କ ଅବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଆନନ୍ଦଚନ୍ଦ୍ରଙ୍କ ଜୀବନି ଉପରେ ତଥ୍ୟ ଆଲୋଚନା କରିଥିଲେ।ଏହି ସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞଳି ସେଠୀ ଏବଂ କେନ୍ଦ୍ରାପଡା ମୁନସିପାଲର୍ଟି ର ଅଧ୍ୟକ୍ଷା ଶରିତା ସାହୁ, କେନ୍ଦ୍ରାପଡ଼ା ବ୍ଲକ ଚେୟାରମ୍ୟାନ ରଶ୍ମିତା ସେଠୀ ଅନ୍ୟ ନେତୃବୃନ୍ଦ ମାନେ ଯୋଗଦେଇଥିଲେ,। କନିକା ରାଜାଙ୍କ ଶାସନ ସମୟରେ ପ୍ରଜା ମାନଙ୍କ ଉପରେ ବିଭିନ୍ନ ପ୍ରକାର କର ବସାଯାଇଥିଲା।ଏହାକୁ ବିରୋଧ କରି ପ୍ରଜା ଆନ୍ଦୋଳନ ଆରମ୍ଭ ହେବାରୁ କନିକା ରାଜା ଆନ୍ଦୋଳନକାରୀଙ୍କୁ ଜେଲ ଦଣ୍ଡ ଦେଇଥିଲେ।ଜେଲରେ ଥିବା ସମୟରେ ବିପ୍ଲବୀ ଆନନ୍ଦଚନ୍ଦ୍ର “ଦୁଃଖିନୀ କନିକା”ନାମକ ପୁସ୍ତକ ଲେଖି ସୁପ୍ତ ପ୍ରାୟ କନିକାବାସୀଙ୍କୁ ଏକତ୍ର କରି ରାଜାଙ୍କ ବିରୋଧରେ ଆନ୍ଦୋଳନ କରି ଗାଦିଚ୍ୟୁତ କରାଇ ଥିଲେ।ଆଜି ଏହି ବିପ୍ଳବୀ କବି ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନି ଉପରେ “ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦଚନ୍ଦ୍ର”ପୁସ୍ତକ ଉନ୍ମୋଚନ କରି ସ୍ୱାଧୀନତା ସଂଗ୍ରାମର ଗାଥା ବହନ କରିଛନ୍ତି ରାଜ୍ୟପାଳ।ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ “ଚିତାଓଁ ପର ଲଗେଙ୍ଗେ ହର ବର୍ଷ ମେଲେ,ୱତନ ପର ମିଟନେ ୱାଲୋ କି ୟହି ନାମୋ ନିଶାନ ହୋଗା।”ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା।