ବାଲିଆପାଳ- ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଙ୍ଗ ପଞ୍ଚାୟତ ର ଦ୍ବାରିକା ହାଟକୁ ଯିବା ମୂଖ୍ୟ ରାସ୍ତାର କେନାଲ ପୋଲ ପାଖ ରାସ୍ତା ଧୋଇ ଯାଇଛି ଫଳରେ ଯାତାୟତ ଠପ ହୋଇଯାଇଛି। ପ୍ରଶାସନ ସବୁ ଦେଖୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ ବିଭିନ୍ନ ଗ୍ରାମରୁ ଲୋକ ମାନେ ଦ୍ବାରିକା ହାଟ କୁ ବେପାର ବାଣିଜ୍ୟ କରିବା ସହିତ ନିଜର ଜୀବିକା ନିର୍ବାହ ପାଇଁ ଯା ଆ ସ କରନ୍ତି । ଏହି ମୁଖ୍ୟ ରାସ୍ତା ଦେଇ ସଦା ବେଳେ ଯିବା ଆସିବା କରନ୍ତି ।ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତାଟି କେନାଲ ପୋଲକୁ ସଂଯୋଗ କରୁଥିବ ସ୍ଥାନ ଟି ସଂପୂଣ୍ଣ ଧସି ନଷ୍ଟ ହୋଇଯାଇଛି ଯାହାଫଳରେ ବୋଲଙ୍ଗ ପଞ୍ଚାୟତ ରୁ ଦ୍ବାରିକା , ମହାନ୍ତି ଛକ , କଷାଫଳ , ଲଙ୍ଗଳେଶ୍ବର , ବୋଲଙ୍ଗ ଚକକୁ ଯୋଗ ଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଏଠାକାର ଅଞ୍ଚଳ ବାସୀ ଯିବା ଆସିବା ପାଇଁ ବଡ଼ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପରିବାର ଦେହ ଖରାପ ହେଲେ ଡାକ୍ତର ପାଖକୁ ମଧ୍ୟ ଯାଇ ପାରୁନାହାଁନ୍ତି କିମ୍ବା ମାର୍କେଟ କରିବା ପାଇଁ ଦ୍ବାରିକା ହା ଟ କୁ ମଧ୍ୟ ଯାଇ ପାରୁନାହାଁନ୍ତି। ପିଇବା ପାଣି ମଧ୍ୟ ଆଣିବାକୁ ଏଠାରେ ଲୋକ ମାନେ ନଳକୂପ କୁ ଯାଇ ପାରୁନାହାଁନ୍ତି । ସମ୍ପୂର୍ଣ୍ଣ ଯୋଗା ଯୋଗ ଠପ୍ ହୋଇଯାଇଛି। ଗାଡି ,ମଟର ସାଇକେଲ , ସାଇକେଲ ରେ ଲୋକ ମାନେ ଯାଇ ପାରୁନାହାଁନ୍ତି ବଡ଼ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବୋଲଙ୍ଗ ପଞ୍ଚାୟତ ର ସରପଞ୍ଚ ଜ୍ୟୋସ୍ନା ରାଣୀ ମଲ୍ଲିକ,ସରପଞ୍ଚ ଙ୍କ ପ୍ରତିନିଧି କାର୍ତ୍ତିକ ମଲ୍ଲିକ, ସମିତି ସଭ୍ୟା ତପନ ରାଉତ, ବୋଳଙ୍ଗା ପଞ୍ଚାୟତ ର ବିଜେଡ଼ି ପଞ୍ଚାୟତ ସଭାପତି ଯୋଗେନ୍ଦ୍ର ମହାପାତ୍ର, ପୁଳିନ ବେହେରା, ବାଦଲ ବେହେରା, ବିଦ୍ୟାଧର ସାମଲ,ଗଣେଶ ଦାସ ,ଶମ୍ଭୁନାଥ ପାତ୍ର,ଗୌତମ ପାତ୍ର,ତପନ ମହାନ୍ତି,ଭାସ୍କର ବେହେରା,
ସୁକୁମାର ସାହୁ,ଚନ୍ଦନ ପାତ୍ର,ବାଗାମ୍ବର ସାହୁ , ବାବୁଧର ସାହୁ ଙ୍କ ସହିତ ସମସ୍ତ ପଞ୍ଚାୟତ ବାସୀ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଥର ପେଚ୍ଛିଂ କରି ମରାମତି କରିବା ପାଇଁ ଦାବି କରିଛନ୍ତି।