କୁହିକା- ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଓଡ଼ିଶା ରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଏହି ଅବସରରେ ଆଜି କାଙ୍କଡ଼ପାଳ ନେତାଜୀ ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ କାଙ୍କଡ଼ପାଳ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ କୁମାର ପରିଡାଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ସ୍କୁଲରେ ସ୍ମାର୍ଟ ଖେଳପଡ଼ିଆ,ମଧ୍ୟାନ ଭୋଜନ ପାଇଁ ଏକ ହଲ,ସାଇକେଲ ଷ୍ଟାଣ୍ଟ, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା, ବିଦ୍ୟାଳୟ ପରିସର ଆଲୋକି କରଣ ,ଶ୍ରେଣୀ ଗୃହ ମରାମତି ପାଇଁ ଚିନ୍ମୟ କୁମାର ନାୟକ,ସୂର୍ଯ୍ୟକାନ୍ତ ଜେନା,ମାନସ ଦେହୁରୀ ,ଓମ ସେଠି,ଜୀତେନ୍ଦ୍ର ସେଠି ପମୁଖ ସ୍କୁଲ ଅସୁବିଧା ବାବଦରେ ସରପଞ୍ଚଙ୍କୁ ଅବଗତ କରିଥିଲେ।ସ୍କୁଲର ଛାତ୍ର ମେଧବୀ ଛାତ୍ର ଚିନ୍ମୟ କୁମାର ନାୟକଙ୍କ( ସପ୍ତମ) ପାଣିପାଗ ବିବାଘରେ ପ୍ରଚଣ୍ଡ ଜ୍ଞାନ ଥିବାରୁ ସରପଞ୍ଚ ତାଙ୍କୁ କୁନି ପାଣିପାଗ ବୈଜ୍ଞାନିକ ସଂମ୍ମାନ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ସେ ଆଇ ଆଇ ଟି ଖଡ଼ଖପୁର ରେ ପାଠ ପଢି ଜଣେ ପାଣିପାଗ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ତାଙ୍କ ପିତା ଅଜୟ କୁମାର ନାୟକ ଜଣେ ନାମମାତ୍ର ଚାଷୀ ଅଟନ୍ତି।ସମାଜ ସେବୀ ଅମ୍ବ୍ରିତା ସାହୁ ଙ୍କୁ ପଞ୍ଚାୟତ କନ୍ୟା ରତ୍ନ ସନ୍ନମାନରେ ସଂମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ଯୁବକ ସଂଘର ସଂଯୋଜକ ନରେଶ ଚନ୍ଦ୍ର ପ୍ରଧାନ,ସମ୍ପାଦକ ସୁଧାଂଶୁ ଶେଖର ପାତ୍ର ,ଅମୟ କୁମାର ପରିଡା ସହଯୋଗ କରିଥିଲେ।