ପୁଣି ଏକ ଦାଦନ ର ଦୁଃଖ… ଦାଦନ ଗଡ଼ରେ ଦାଦନ ଶ୍ରମିକକୁ ନିର୍ଯ୍ୟାତନା

ପାଟଣାଗଡ : ବେଲପଡ଼ା କୁ ଦାଦନ ଗଡ କହିଲେ ଅତ୍ୟୁକ୍ତି ହେବନାହିଁ । ଲୋକେ ନିଜ ପେଟ ପାଟଣା ପାଇଁ ଯାଉଛନ୍ତି ଦୂର ଦୁରନ୍ତ କୁ , ହେଲେ ଫେରିଲା ସମୟ ରେ କିଏ ଆସୁଛି ମୃତକ ସାଜି କି ତ କିଏ ଆସୁଛି ଅକାମୀ ହେଇକି । ଏପରି ପୁଣି ଏକ ଘଟଣା ଘଟିଛି ବେଲପଡ଼ା ବ୍ଲକ ଯୁବା ପଂଚାୟତ ର ଖଲିପଥର ଗ୍ରାମ ରେ । ସୂଚନା ଯୋଗ୍ୟ ଯେ ଗାଁ ସଞ୍ଜୟ ବର୍ଗେ ଓ ତାଙ୍କ ସ୍ତ୍ରୀ ଯମୁନା ବର୍ଗେ ଦାଦନ ଖଟିବାକୁ ଯାଇ ଥିଲେ ୱାରଙ୍ଗଲ କୁ । ତାଙ୍କ କହିବା ଅନୁଯାଇ ସେମାନେ ତେନ୍ତୁଳିମୁଣ୍ଡା ଗ୍ରାମ ର ଦାଦନ ଦଲାଲ ଅନାଦି ତାଙ୍କୁ ନେଇ ଥିଲା । ସେମାନେ କିଛି ବାଇନା ନେଇ ଜାଇ ଥିଲେ ଦୂର ଦେଶ କୁ । ହାଡ଼ ଭଙ୍ଗା ପରିଶ୍ରମ କରି ସେଠୀ କାମ କରିଥିଲେ । 

ସୂଚନା ଯୋଗ୍ୟ ଯେ ସେମାନେ ଗୋଟିଏ ସପ୍ତାହ କାମ କଲା ପରେ ସପ୍ତାହ ଶେଷ ଦିନ ରେ କିଛି ପାଉଣା ପାଇଥାନ୍ତି , ଯାହା ବଦଳ ରେ ଗୋଟିଏ ସପ୍ତାହ ପାଇଁ ସେମାନେ ବଜାରକୁ ଯାଇ ପରିବାପତ୍ର ତଥା ରାସନ୍  ସାମଗ୍ରୀ କିଣି ଥାଆନ୍ତି । ସପ୍ତାହ ର ଶେଷ ସମୟ ରେ ସଞ୍ଜୟ ଓ ଯମୁନା ଭାଟି ମାଲିକ କୁ ପଇସା ମାଗିଥିଲେ । କିନ୍ତୁ ପଇସା ଦେବା ବଦଳ ରେ ସଞ୍ଜୟ କୁ ମିଳିଛି ନିର୍ଦ୍ଧୁମ ମାଡ଼ । ଯମୁନା ଙ୍କ କହିବା ଅନୁଯାଇ ସେମାନେ ପଇସା ମାଗିବାରୁ ବହୁତ୍ ମାଡ଼ ମାରିଲେ , ଏବଂ ସଞ୍ଜୟ ଙ୍କ ଗୋଟିଏ ଗୋଡ଼ ଅକାମୀ ହେଇ ଯାଇଛି ।  ଏପଟେ ଗରିବ ଲୋକ ପାଖେ ଖାଇବା ପାଇଁ ପଇସା ନାହିଁ , ହେଲେ ସେମାନେ ସେଠୁ ଆସିବା ପାଇଁ ମନସ୍ଥ କରି ସାରି ଥିଲେ । କିନ୍ତୁ ଇଟା ଭାଟି  ମାଲିକ ତାଙ୍କୁ ଯିବା ସମୟ ର ଟିକେଟ ଖର୍ଚ୍ଚ ମଧ୍ୟ ଦେବାକୁ ମନା କରି ଥିଲା । ପରେ ସେମାନେ ନିଜ ବନ୍ଧୁ ବାନ୍ଧବ ଙ୍କୁ ପଇସା ପଠେଇବା ପାଇଁ ଅନୁରୋଧ କରି ଥିଲେ , ଏବଂ ସେମାନେ ତାଙ୍କୁ ୩୦୦୦ ଟଂକା ପଠେଇ ଦେଇ ଥିବା ସଞ୍ଜୟ କହିଛନ୍ତି । ବହୁତ୍ କଷ୍ଟ ରେ ସେଠୁ ଆସିଛୁ ବୋଲି ଦିହେ ମନ୍ତବ୍ୟ ପ୍ରକାଶ କରି ଥିଲେ ।

 ଏଠି ଦାଦନ ମୃତ୍ୟୁ ବା ଦାଦନ ଶ୍ରମିକ ମାଡ଼ ଖାଇବା କିଛି ନୂଆ ଘଟଣା ନୁହଁ । ପ୍ରକାଶ ଯୋଗ୍ୟ ଯେ ଗତ ୩ ମାସ ମଧ୍ୟ ରେ ୪-୫ ଟି ଦାଦନ ର ମୃତ ଦେହ ତାଙ୍କ ଭିଟା ମାଟିକୁ ଫେରିଛି । ହେଲେ ପ୍ରଶାସନ ଚୁପ୍ । ଏ ପର୍ଯ୍ୟନ୍ତ ଶ୍ରମ ବିଭାଗ ମଧ୍ୟ ଦାଦନ ଦଲାଲ ଙ୍କ ବିରୁଦ୍ଧ ରେ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଶ୍ରମ ବିଭାଗ ଅଫିସର ନିଜେ କହିଛନ୍ତି କି ବେଲପଡ଼ା ବ୍ଲକ୍ ର ଏ ବର୍ଷ ଯେତେ ମଧ୍ୟ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଇଛି , କାହାରି ମଧ୍ୟ ପଞ୍ଜିକରଣ ହେଇ ନ ଥିଲା । କିନ୍ତୁ ବିନା ପଞ୍ଜିକରଣ ରେ ଦାଦନ ଶ୍ରମିକ ଯାଉଛନ୍ତି କେମିତି ଦାଦନ ଖଟିବାକୁ,  ପୋଲିସ ଓ ପ୍ରଶାସନ ଏଥି ପାଇଁ ଚୁପ୍ କଣ ପାଇଁ ରହୁଛି ସାଧାରଣ ରେ ପ୍ରଶ୍ନ ଉଠୁଛି । ଦେଖିବା କଥା ରହିଲା କି ସଞ୍ଜୟ କୁ ନ୍ୟାୟ ମିଳିବ ନା ପୂର୍ବ କେସ ପରି ଏହା ମଧ୍ୟ ଧୀରେ ଧୀରେ ଶିଥିଳ ହେଇଯିବ ।

Leave A Reply

Your email address will not be published.