ମୟୂରଭଞ୍ଜ- ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ସେଙ୍ଗେଲ ଅଭିଯାନ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସକୁ ସଂଙ୍କଳ୍ପ ଦିବସ ରୁପେ ପାଳନ ଏବଂ ଅନ୍ୟ ୫ ଦଫା ଦାବୀ ନେଇ ଏକ ଦାବୀ ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି । ସେଙ୍ଗେଲ କମିଟୀର ବ୍ଳକ ସଭାପତି ଉଦୟନାଥ ହେମ୍ବ୍ରମଙ୍କ ନେତୃତ୍ବ ରେ କମିଟୀର ଏକ ପ୍ରତିନିଧି ଦଳ ପକ୍ଷରୁ ପ୍ରଦାନ ହୋଇଥିବା ଦାବୀ ଗୁଡ଼ିକ ମଧ୍ୟରୁ ଆଦିବାସୀ ସୁଶାସନ ରେ ସୁଧାର ଆଣିବା , ପ୍ରକୃତି ପୁଜକ ଆଦିବାସୀ ମାନଙ୍କୁ ସାରନା ଧର୍ମ କୋଡ଼ କୁ ମାନ୍ୟତା ପ୍ରଦାନ କରି ଜନଗଣନାରେ ସାମିଲ କରିବା , ସାମ୍ବିଧାନିକ ମାନ୍ୟତା ପାଇଥିବା ସାନ୍ତାଳି ଭାଷାକୁ ଝାରଖଣ୍ଡ ରାଜ୍ୟରେ ରାଜଭାଷା ଭାବେ ମାନ୍ୟତା ପ୍ରଦାନ କରିବା ଏବଂ ଆସାମ , ଆଣ୍ଡାମାନ ରାଜ୍ୟରେ ବହୁ ବର୍ଷରୁ ରହି ଆସୁଥିବା ଝାରଖଣ୍ଡି ଆଦିବାସୀ ମାନଙ୍କୁ ଅନୁସୁଚିତ ଜନଜାତି ତାଲିକା ରେ ସାମିଲ . ଇତ୍ୟାଦି ୫ ଦଫା ଦାବି ସମ୍ବଳିତ ଦାବୀ ପତ୍ରକୁ ଖୁଣ୍ଟା ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୱରେ ପ୍ରଦାନ କରାଯାଇଥିବା ଜଣାଯାଇଛି ।