ଧାମନଗର- ଧାମନଗର ବ୍ଲକ୍ ଯାଦବ ମହାସଭାର ରକ୍ଷା ବନ୍ଧନ ଉତ୍ସବ ପାଳନ ଅବସରରେ ଧାମନଗରସ୍ଥିତ ଏପିଜେ ଅଵ୍ ଦୁଲ୍ କାଲାମ ଜନସେବା ଗୃହରେ ଆସନ୍ତା ୨୦ ତାରିଖରେ ଜିଲ୍ଲା ସ୍ତରୀୟ ନନ୍ଦ ଉତ୍ସବର ପ୍ରସ୍ତୁତି ବୈଠକ ଯାଦଵ ମହାସଭାର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସାଧାରଣ ସମ୍ପାଦକ କୁଳମଣି ବେହେରା ଵଡ ଠାକୁର ବଳଦେବଙ୍କ ଜନ୍ମ, ରାକ୍ଷୀ ଵନ୍ଧନର ପୌରାଣିକ, ଐତିହାସିକ ତଥ୍ୟ ସହିତ ନନ୍ଦ ଉତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରୀୟ ନନ୍ଦ ଉତ୍ସବ ଵାସୁଦେବପୁର ଯାଦଵ ପଡିଆରେ ଅନୁଷ୍ଠିତ ହେଵ ଓ ଧାମନଗର ବ୍ଲକ୍ ରୁ ପାଞ୍ଚ ଶହରୁ ଅଧିକ ଯାଦଵ ଯୋଗଦାନ କରିବେ ବୋଲି ସ୍ଥିର କରାଯାଇଛି। ଉକ୍ତ ବୈଠକରେ ବରିଷ୍ଠ ଯାଦଵ ନେତୃତ୍ୱ ରବିନ୍ଦ୍ର ଦାସ, କ୍ଷେତ୍ରବାସୀ ବାରିକ, ସାନନ୍ଦ ଵେହେରା, ରାଜିବ ଲୋଚନ ଦାସ, ରମାକାନ୍ତ ବେହେରା, ରାଜେନ୍ଦ୍ର ବେହେରା, ମାନଗୋଵିନ୍ଦ ଦାସ, ତପନ କୁମାର ବେହେରା ,ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ, କୃଷ୍ଣ ଚନ୍ଦ୍ର ଲେଙ୍କା କାହ୍ନୁ ଚରଣ ଖିଲାର ,ରାଧାବଲ୍ଲବପୁର ସରପଞ୍ଚ ପ୍ରିତମ ଦାସ, ଚୁଡାକୁଟି ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ, ଅଧର କୁମାର ପରିଡା ଓ ଅନ୍ୟମାନେ ଯୋଗଦାନ ପୂର୍ବକ ରାକ୍ଷୀ ବନ୍ଧନ କରି ସଂଗଠନର ସୁ-ଦୂରୀକରଣର ପ୍ରସ୍ତାବମାନ ଆଗତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ତଥା ପାଳସାହି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନିଲ କୁମାର ଦାସ ଯୋଗଦେଇ ଯାଦଵ ସଂଗଠନ ସର୍ବଭାରତୀୟ କ୍ଷେତ୍ରରେ ସାମାଜିକ ବ୍ୟବସ୍ଥାରେ ନିର୍ଣାୟକ ଭୂମିକାର ଭୁରୂୟସୀ ପ୍ରଶଂସା କରିଥିଲେ । ଶେଷରେ ମିଷ୍ଠା ବଣ୍ଟନ ପରେ ରମାକାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।