ପୁରୁଷୋତ୍ତମପୁର- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲଦାର ନୀତିଶ ତ୍ରିପାଠୀଙ୍କ ବଦଳି ହୋଇଯାଇଛି ।କଟକ ଆର୍ ଡି ସି କାର୍ଯ୍ୟାଳୟକୁ ତାଂକର ବଦଳି ହୋଇ ଯାଇଥିବା ସୂଚନା ମିଳିଛି। ସେ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଏହି ତହସିଲରେ ଜଏନ୍ ହୋଇ କାମ ଆରମ୍ଭ କରିଥିଲେ | ତେବେ ଜଣେ ସଚୋଟ ଅଫିସର ହିସାବରେ ତାଙ୍କର ନାଁ ଥିଲା। ତାଙ୍କ ବଦଳି କୁ ନେଇ କିଛି ଲୋକ ଦୁଃଖ ପ୍ରକାଶ କରୁଥିଲେ ମଧ୍ୟ କିଛି ବାଲି, ଇଟା, ମୋରମ ମାଫିଆ ମାନେ ବେଶ ଖୁସି ହୋଇ ଥିବାର ଚାହା ଖଟି, ପାନ ଦୋକାନରେ ଶୁଣିବାକୁ ମିଳୁଛି | ସେଜଣେ ଯୁବକ ହୋଇଥିଲେ ମଧ୍ୟ ଅନ୍ୟ ତହସିଲଦାରଙ୍କ ଭଳି ଲୋକ ସମ୍ପର୍କ ରହି ନଥିବାରୁ ଜନ ସାଧାରଣ, ସାମାଜିକ କର୍ମୀ, ବରିଷ୍ଠ ନାଗରିକ ଏବଂ ଆଇନଜିବୀ ମାନେ ଅସନ୍ତୁଷ୍ଟ ଥିବାର ଚର୍ଚ୍ଚା ହୋଇଛି |କିନ୍ତୁ ଅଧିକାଂଶ ଦିନ ଗଞ୍ଜାମର ଇଷ୍ଟ ଦେବୀ ମା ତାରାତାରିଣୀଙ୍କ ଦର୍ଶନ କରିବା ସହ ମନ୍ଦିରର କାର୍ଯ୍ୟକାର୍ଯ୍ୟକ୍ରମ ପ୍ରତି ଉସ୍ଛାହିତ ରହୁଥିଲେ। ତାଙ୍କ କାର୍ଯ୍ୟକଳାପରେ ସଚ୍ଚୋଟତା ଯୋଗୁଁ ଦଲାଲ କର୍ମଚାରୀଙ୍କ ଆଖିରୁ ନିଦ ହଜି ଯାଇଥିଲା | ଗରିବଙ୍କ ସେବା କରିବା ନିମନ୍ତେ ଏକ ସୁଯୋଗ ଭାବି ୧୭୦୦ ସହ ପଟା ବଣ୍ଟନ ର କାର୍ଯ୍ୟକ୍ରମ ଯାହା ୧୫ ତାରିଖ ଦିନ ହେବାର ଥିଲା। ବର୍ଷାକୁ ଦେଖି ତାହା ବାତିଲ ହୋଇ ଯାଇଥିଲା ବେଳେ ଏପଟେ ତାଙ୍କର ବଦଳି ନିର୍ଦ୍ଧେଶ ନିଶ୍ଚିତ ଭାବେ ଏକ ବିଡ଼ମ୍ବନା ର ବିଷୟ ବୋଲି ଆଲୋଚନା ହେଉଛି। ତହସିଲଦାର ଜଣେ ଦୁଇଜଣ ଓକିଲ, ନେତା ଓ ସାମ୍ବାଦିକ ଓ କିଛି ତୋଷା ମଦିଆ, କାନ କୁହା ବ୍ୟକ୍ତିଙ୍କୁ ଙ୍କୁ ଛାଡିଦେଲେ ଆଉ କାହାସହ ତାଙ୍କର ଭଲ ସମ୍ପର୍କ ନଥିଲା ବୋଲି କିଛି ଲୋକ କୁହାକୁହି ହେଉଥିବାର ଶୁଣିବାକୁ ମିଳୁଛି | କିନ୍ତୁ ତହସିଲଦାର ଙ୍କ ନାମ ନେଇ ଏହି ଟାଉଟରୀଆ,ମାନେ ଲକ୍ଷ, ଲକ୍ଷ ଟଙ୍କା ଉପାର୍ଜନ କରିଥିବାର ଜନ ସାଧାରଣ ରେ ଗୁଞ୍ଜରଣ ସୃଷ୍ଟି ହେଉଥିବାର ଦେଖା ଦେଇଛି |ସେମାନଙ୍କ ପାଇଁ ତହସିଲଦାର ଙ୍କ ବଦଳି ଦୁଃଖର ବିଷୟ ହୋଇଥିଲା ବେଳେ, ୭୦୦ ଟଙ୍କା ବଦଳରେ ଜଣେ ଗରିବ ଲୋକ ଘର ତିଆରି ପାଇଁ ୩ ରୁ ୪ ହଜାର ଟଙ୍କାରେ ଏକ ଟ୍ରାକ୍ଟର ବାଲି କିଣୁଥିବା ଗରିବ, ମଧ୍ୟବିତ୍ତ ବର୍ଗର ଲୋକମାନେ ବହୁତ ଖିସି ଥିବାର କହୁଛନ୍ତି | ଦୁଃଖର ବିଷୟ ଜିଲ୍ଲା ପ୍ରଶାସନ ର ନିର୍ଦେଶ ରେ ବାଲି ଟେଣ୍ଡେର ନହୋଇ ବାଲିର କଳା ବଜାରି ହୋଇ ଯାଇଛି ବୋଲି କେବଳ ଚର୍ଚ୍ଚା ହି ଚର୍ଚ୍ଚା ସବୁଠାରେ ଶୁଣିବାକୁ ମିଳୁଛି | ବାଲି କଳା ବଜାରି ହେଉଥିବା ର ଯେଉଁ କର୍ମଚାରୀ ମାନେ କହୁଛନ୍ତି ତାଙ୍କୁ ରାତି ଅଧିଆ ବଦଳି କରାଯାଉଥିବାର ଦେଖିବାକୁ ମିଳୁଛି | ହଁ ତାଙ୍କର ଏକ ଭଲ କାର୍ଯ୍ୟ ଶିକୁଳା ର ଜଣେ ଗରିବ କୁ ଜାଗା ଖଣ୍ଡେ ସେ ମଲାପରେ ତାର ପରିବାରକୁ ଦେଇଛନ୍ତି |ସେହି ଭଳି ଯଦି ବ୍ଲକ ଓ ଏନେସି ରେ ଥିବା ବହୁତ ଲୋକ ବାରମ୍ବାର ତାଙ୍କ ପାଖକୁ ଯାଇ ଫେରିଆସି ନିରବ ରହିଥିଲା ବେଳେ ସେହି ଟାଉଟରୀଆ ମାନଙ୍କ ଆଖୁକୁ କଣ ଏମାନଙ୍କ ଦୁଃଖ, କଷ୍ଟ ଦେଖାଗଲା ନାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ଯଦିବା ତହସିଲଦାର କାର୍ଯ୍ୟ ବ୍ୟସ୍ତ ଭିତରେ ରହୁଛନ୍ତି ତେବେ ଏହି ଅର୍ଥ ପିପାସୁ ଦଲାଲ ମାନେ କିପରି ତହସିଲଦାର ଙ୍କୁ ଏହି ଅସହାୟ, ଗରିବ ଙ୍କ ସମସ୍ୟା ଉପରେ କାହିଁକି ମତ ଦେଲେନାହିଁ ବୋଲି ନିଜ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଛଜ, ଏବଂ ସବୁଠାରେ କେବଳ ଲୋକ ଏହା ଉପରେ ଆଲୋଚନା କରୁଛନ୍ତି |