ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି, ବରଗଡ ତରଫରୁ ତ୍ରିରଙ୍ଗା ଯାତ୍ରା ଆୟୋଜିତ

ବରଗଡ଼- ଆସନ୍ତା ୧୫ ତାରିଖରେ ଭାରତର ସ୍ୱାଧୀନତା ପ୍ରାପ୍ତି ର ୭୫ ବର୍ଷ ପୂରଣ ହେବ. ଏହି ପରିପ୍ରେକ୍ଷୀରେ ସାରା ଭାରତ ବର୍ଷରେ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରାଯାଉଛି.ଭାରତ ର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆୱାହାନ କ୍ରମେ ଭାରତବର୍ଷରେ “ହର ଘର ତ୍ରିରଙ୍ଗା ” ଅଭିଯାନ ଚାଲିଛି. ଏହି ଅବସରରେ ଆଜି ବିଜେପି ବରଗଡ ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ବରଗଡ ସହରରେ ଅନୁଷ୍ଠିତ ହୋଇଯାଇଛି.ପ୍ରଚୁର ବର୍ଷା ସତ୍ୱେ, ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା, ଜାତୀୟ ପତାକା ଧରି, ବନ୍ଦେ ମାତରଂ, ଭାରତ ମାତା କି ଜୟ ସ୍ଲୋଗାନ ଦେଇ, ଏକ ମୋଟର ସାଇକେଲ ରାଲି ରେ ବରଗଡ ସହର ପରିକ୍ରମା କରିଥିଲେ.ଆଜିର ଏହି ତ୍ରିରଙ୍ଗା ଯାତ୍ରାରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥି, ଡ଼ ଅରୂପା ନନ୍ଦ ସାହୁ, ସୌରୀ ଚରଣ ବାରିକ, ମୁକ୍ତା ସାହୁ, ରବି ନାରାୟଣ ଦାଶ, ଅକୁର ମଲ୍ଲିକ, ରାଜୁ ଝା, ଈଶ୍ୱର ବାଗ,ସଂଜୀବ ମହାପାତ୍ର, ସୁବ୍ରତ ହୋତା, ଅବନୀକାନ୍ତ ପଣ୍ଡା, ଅମିତ ପଣ୍ଡା, ଶଙ୍କର ଖାଲକୋ, ରାଜେଶ କୁମ୍ଭାର,ହେମନ୍ତ ପୁରୋହିତ,ଅନୁରାଧା ଅଗ୍ରୱାଲ, ମମତା ଅଗ୍ରୱାଲ, ସୀମା ସିଂ, ଈପସିତା ଦାଶ, ଚଞ୍ଚଲା ରାଉତ, ଗୀତା ସେଠ, ଯୁଧିଷ୍ଠିର ମେହେର,ଅନନ୍ତ ମହାପାତ୍ର, ଘନଶ୍ୟାମ ସାହୁ, ବିକାଶ ସାହୁ, ଅଶ୍ଵିନୀ ଦାଶ, କୁଶ ସାହୁ, ଶୁକୃ ସାହୁ, ଗିରିଶ ମାଝୀ, ସୁଦାମ ମହାପାତ୍ର, ବିଚିତ୍ର ରାଉଳ, ବୈକୁଣ୍ଠ ସାହୁ, କିଶୋର ଅଗ୍ରୱାଲ, କିଶୋର ବିଭାର ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ.

Leave A Reply

Your email address will not be published.