ଜିଲ୍ଲା ଜରାନିବାସ ପରିସରରେ ବିଜୁ ମହିଳା ଜନତା ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଧାମନଗର- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ କରାଯାଉଛି। ଏହାକୁ ସ୍ମରଣୀୟ କରିବା ପାଇଁ ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳ ବିଭିନ୍ନ ସ୍ଥାନରେ ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳ ଏବଂ ଓଡିଶା-ମୋ- ପରିବାର ପକ୍ଷରୁ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥିବା ବେଳେ ଶନିବାର ଧାମନଗର ଏନ ଏ ସି ଅନ୍ତର୍ଗତ ଜିଲ୍ଲା ଜରାନିବାସ ପରିସରରେ ବିଜୁ ମହିଳା ଜନତା ଦଳ ତରଫରୁ ବୃକ୍ଷ ରୋପଣ କରାଯାଇଛି। ଅଧ୍ୟକ୍ଷା ନିବେଦିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଚାରାରୋପଣ କରି ଗୋଟିଏ ଗଛ କୋଟିଏ ଜୀବନ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ବକ୍ତବ୍ୟ ପ୍ରଦାନ କରିଛନ୍ତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପରିଷଦର ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଭଦ୍ରକ,ଧାମନଗର ପଞ୍ଚାୟତସମିତିର ପୂର୍ବତନ ଅଶୋକ କୁମାର ନାୟକ,ଧୁଷୁରୀ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତ ଲତା ନାୟକ,ଦୋବଲ ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ବିଶ୍ୱାଳ,ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦରୀ (ନୁରାନୀ),ଜିଲ୍ଲା ବିଜେଡି ସମ୍ପାଦକ ସଂଜୀବ କୁମାର ମଲ୍ଲିକ,ବିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ନଗର ସଭାପତି ସୁଶାନ୍ତ କୁମାର ରାଉତ,କାଉନସିଲର ଅନୁଶୟା ମଲ୍ଲିକ, ସୁବାସୀନ କର,ନଜମା ଖାତୁନ, ରେସମା ଖାତୁନ,ଛାତ୍ର ସଭାପତି ତୁଷାର ମହାପାତ୍ର,ନଗର ଯୁବ ସଭାପତି ସେକ ସୈଫୁଦ୍ଦିନଙ୍କ ସମେତ ବହୁ ଦଳୀୟ ନେତୃତ୍ବ ଉପସ୍ଥିତ ରହି ଗଛ ଲଗାଇ ପରିବେଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Leave A Reply

Your email address will not be published.