ଧାମନଗର-ଧାମନଗର ମହାବିଦ୍ୟାଳୟ ପରିସରରେ ସମ୍ପାନ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ରାଜ୍ୟ ତଥା ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବକାଶରେ ଧାମନଗର ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତିଙ୍କ ସ୍ମୃତି ଉଦ୍ଧେଶ୍ୟରେ ‘ଜାତୀୟ କବି ବାଞ୍ଛାନିଧିଙ୍କ କବିତାର ବର୍ଣ୍ଣିଳ ଆଭା’ ଶୀର୍ଷକ ଏକ ସେମିନାର ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତଟ ରେଳପଥର ଅଧିକାରୀ ଓ ବରିଷ୍ଠ କବି ନିରାକାର ଦାସ ମୁଖ୍ୟ ଅତିଥି ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କଥାକାର ପବିତ୍ର ମୋହନ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଞ୍ଛାନିଧିଙ୍କ କବିତା ଜାତୀୟତାବାଦ ଓ ସେ ଦେଶପ୍ରେମର ପ୍ରତୀକ ଥିଲେ ବୋଲି ବକ୍ତାମାନେ ନିଜ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଦ୍ୟାରଶ୍ମି ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ପୂର୍ଣ୍ଣିମା ସାହୁ ଓ ନମ୍ରତା ମହାରଣା ସନ୍ଦର୍ଭ ଉପସ୍ଥାପନ ମାମୁନି ସାମଲ, ଶୁଭସ୍ମିତା ଦାସ ଓ ରେଣୁ ବାରିକ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ +୩ ର ୨ୟ ଓ ୧ମ ବର୍ଷ ସମ୍ମାନ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦାୟ ସମ୍ବର୍ଦ୍ଧନ ଜ୍ଞାପନ କରାଯିବା ସହ ମୁଖ୍ୟଅତିଥି ଶ୍ରୀ ଦାସଙ୍କୁ ବିଭାଗ ତରଫଟୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପିକା ହରିପ୍ରିୟା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଛାତ୍ରଛାତ୍ରୀଙ୍କ ସହ ମହାବିଦ୍ୟାଳୟର ଡ. ବନମାଳୀ ଦାଶ, ଡ ମନୋଜ କୁମାର କର, ସଞ୍ଜୟ କୁମାର ପଣ୍ଡା, ପ୍ରଦୀପ କୁମାର ରାୟ, ବିନାୟକ ସାହୁ, ଆଶୀର୍ବାଦ ମହାନ୍ତି, ବାସ୍ତବିକା ଦାସଙ୍କ ସହ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ।