ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ ବକ୍ତୃତା ପ୍ରତିଯୋଗିତା 

ବୁଗୁଡ଼ା- ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବୁଗୁଡ଼ା ଖଣ୍ଡ ଅମୃତ ମହୋତ୍ସବ ସଞ୍ଚାଳନ ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି “ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଭୂମିକା” ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ବିଚାରକ ଭାବେ ଗୌରୀପତି ଦାଶ ଓ ପ୍ରସନ୍ନ କୁମାର ଦାଶ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜସ୍ମିନ ବାଡତ୍ୟା ପ୍ରଥମ ,ଏସବିଏନ୍ ଗାର୍ଲସ୍ ହାଇସ୍କୁଲର ଛାତ୍ରୀ ରୋଷନୀ ପାତ୍ର ଓ ନିୟୁ ଏରା ପବ୍ଲିକ୍ ସ୍କୁଲର ଛାତ୍ରୀ ପ୍ରତୀକ୍ଷା ଦାଶ ଯୁଗ୍ମ ଭାବେ ଦ୍ବିତୀୟ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆଦିତ୍ୟ ପ୍ରସାଦ ରଥ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅଗଷ୍ଟ ୧୫ ତାରିଖରେ  ଶିଶୁମନ୍ଦିର ପରିସରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ଅବସରରେ ପୁରସ୍କୃତ କରାଯିବ ବୋଲି ଆୟୋଜକ ସମିତି ପକ୍ଷରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.