ବିଜେପି ପକ୍ଷରୁ  ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ

ମୟୂରଭଞ୍ଜ- ମୟୁରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଗୋପବନ୍ଧୁ ନଗର ବ୍ଳକର  ଭାଜପା ଦଳ ପକ୍ଷରୁ ଖୁଣ୍ଟା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଏବଂ ” ହର ଘର ତ୍ରୀରଙ୍ଗା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ପୋଥାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦୀ ,  ବ୍ଳକ ପ୍ରଭାରୀ ବିଶ୍ଵରଞ୍ଜନ ମୋଦୀ , ଦଳର ବରିଷ୍ଟ ନେତା ନିରୋଞ୍ଜନ ବେହେରା , ହରିଶ ରାଉତ , କାହ୍ନୁଚରଣ ବେହେରା , ପ୍ରମୁଖ ଯୋଗ ଦେଇଥିଲେ । ଏହିପରିପେକ୍ଷୀ ରେ ୧୪ ନମ୍ବର ଜୋନ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ କର୍ମୀ ଯୋଗ ଦେଇଥିବା ବେଳେ ଅତିଥିଗଣ ” ହର ଘର ତ୍ରୀରଙ୍ଗା ” କାର୍ଯ୍ୟକ୍ରମ ସଂମ୍ପର୍କରେ ସଚେତନ କରାଇଥିଲେ । ଏବଂ ଦେଶ ସ୍ଵାଧିନତାର ୭୫ ବର୍ଷ ପାଳନ ଅବସରରେ  ଦେଶବ୍ୟାପି ଆଜାଦୀ ର ଅମୃତମହୋତ୍ସବ ପାଳନ କରାଯାଉଛି । ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ  ” ହର ଘର ତ୍ରୀରଙ୍ଗା ” କାର୍ଯ୍ୟକ୍ରମ ଜାରି ରହିଛି । ଯାହାକୁ ନେଇ ଜାତି, ଧର୍ମ ,ବର୍ଣ୍ଣ , ନିର୍ବୀଶେଷରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ନିଜ ଘରେ  ତ୍ରୀରଙ୍ଗା ପତକା ଲଗାଇବା ଏହି କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ପୁର ପଲ୍ଲୀ ରେ ଥିବା ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଅତିଥିଗଣ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।

Leave A Reply

Your email address will not be published.