ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ମୋଟ ୫୯୫୯ ଟି ବିଭିନ୍ନ ମାମଲାର ଫଇସଲା ହୋଇ ୩ କୋଟି ୬୫ ଲକ୍ଷ ୨୧ ହଜାର ୩୩ଟଙ୍କା ଆଦାୟ।

ବାରିପଦା- ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ କାର୍ଯ୍ୟାଳୟ ପରିସରରେ ତା.୧୩.୦୮.୨୦୨୨ ରିଖରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ଶ୍ରୀ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରି ଲିଟିଗେସନ୍ ସମ୍ବନ୍ଧୀୟ ମୋଟ ୬୧୩ ଟି ବିଭିନ୍ନ ମାମଲା ମଧ୍ୟରେ ବ୍ୟାଙ୍କ ଋଣ ଆଦାୟ ମାମଲା ଆଦି ସମ୍ବନ୍ଧୀୟ ୬୦୨ଟି ଏବଂ ଅନ୍ୟାନ୍ୟ (ଫୌଜଦାରୀ ଓ ଦେୱାନୀ) ମାମଲା ସମ୍ପର୍କୀତ ୧୧ଟି ମାମଲାର ଫଇସଲା କରାଯାଇ ମୋଟ୍ ୧ କୋଟି ୬୧ଲକ୍ଷ ୯୫ହଜାର ୩୮୦ ଟଙ୍କା ଆଦାୟ କରାଯାଇଥିବା ବେଳେ ସେହିପରି (ପାର୍ଟ-ବି) ଅନ୍ତର୍ଗତ ବକେୟା ଥିବା ବିଭିନ୍ନ ମାମଲା ମଧ୍ୟରେ ଫୌଜଦାରୀ ୭ଟି, ଏନ୍‌ଆଇ ଆକ୍ଟ (ଜାତୀୟ ବୀମା)ଧାରା ୧୩୮ ଅନ୍ତର୍ଗତ ୧୮ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ୧୩ଟି ମାମଲା, ଏମ୍‌ଏସିଟି (ମୋଟର ଦୁଘର୍ଟଣା) ମାମଲା ୨୩ଟି, ଶ୍ରମ ଓ ନିୟୋଜନ ସମ୍ବନ୍ଧୀୟ ମାମଲା ୧ଟି, ବିଦ୍ୟୁତ୍‌୍‌, ଜଳ ଓ ଅନ୍ୟାନ୍ୟ ବିଲ୍ ସମ୍ବନ୍ଧୀୟ ମାମଲା ୪ଟି, ବୈବାହିକ ବିବାଦ ମାମଲା ୧୦ଟି, ଚାକିରୀ ସମ୍ବନ୍ଧୀୟ ମାମଲା ୩ଟି, ତହସିଲ (ରାଜସ୍ୱ) ସମ୍ବନ୍ଧୀୟ ମାମଲା ୨୬୯୭ଟି ଏବଂ ଅନ୍ୟାନ୍ୟ ଦେୱାନୀ ସମ୍ବନ୍ଧୀୟ ମାମଲା ୨୯ଟି ଓ ଅନ୍ୟାନ୍ୟ ୨୫୪୧ ଟି ଫୌଜଦାରୀ ମାମଲା ସମେତ ମୋଟ ୫୩୪୬ଟି ମାମଲାର ଫଇସଲା କରାଯାଇ ମୋଟ୍ ୨କୋଟି ୦୩ଲକ୍ଷ ୨୫ ହଜାର ୬୫୩ଟଙ୍କା ଆଦାୟ କରାଯାଇ ଏହିପରି ସର୍ବମୋଟ୍ ୫୯୫୯ ଟି ଉପରୋକ୍ତ ବିଭିନ୍ନ ମାମଲାର ଫଇସଲା ହୋଇ ସର୍ବମୋଟ ୩କୋଟି ୬୫ଲକ୍ଷ ୨୧ହଜାର ୩୩ଟଙ୍କା ଆଦାୟ ହୋଇଛି । ଅନୁଷ୍ଠିତ ଏହି ଲୋକ ଅଦାଲତରେ ଚେୟାର ପରସନ୍ ପିଏଲ୍‌ଏ(ପିୟୁଏସ୍‌)ବାରିପଦା ଶ୍ରୀ ବିଜୟ କୁମାର ମିଶ୍ର, ଫେମିଲି କୋର୍ଟ ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଚୌଧୁରୀ ପ୍ରବୀର କୁମାର, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଡ. ଦୀପକ ରଞ୍ଜନ ସାହୁ, ସିନିୟର ସିଭିଲ୍ ଜଜ୍ (ଏଲ୍‌.ଆର) ମିସ୍ ଦୀପା ଦାସ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ  ମିସ୍ ଶିବାନୀ, ଅତିରିକ୍ତ ବରିଷ୍ଠ ସିଭିଲ୍ ଜଜ୍ ଶ୍ରୀମତୀ ଅପୂର୍ବା ଚୌଧୂରୀ, ବରିଷ୍ଠ ସିଭିଲ୍ ଜଜ୍ ପଲ୍ଲବୀ ରାଣୀ ସାହୁ, ଦ୍ୱିତୀୟ ଅରିତିକ୍ତ ବରିଷ୍ଠ ସିଭଲ୍ ଜଜ୍ ମିସ୍ ଦେବଶ୍ରୀ ସାହୁ, ଏସ୍‌ଡିଜେଏମ୍ ମିସ୍ ବିଶ୍ୱକଳ୍ପିତା ମହାନ୍ତି, ଜେଏମ୍‌ଏସ୍‌ସି ବାରିପଦା ଶ୍ରୀ ଅଭିଷେକ ପୋଥାଳ, ଜେଏମ୍‌ଏସ୍‌ସି, ବାରିପଦା ସାରନ୍ ବସ୍ତିଆ, ଜେଏମ୍‌ଏସ୍‌ସି, ବାରିପଦା ମନ୍ଦିରା ମହାନ୍ତ ଏବଂ କୋର୍ଟ ମ୍ୟାନେଜର ଶ୍ରୀ ମଳୟ କୁମାର ଗିରି ପ୍ରମୁଖଙ୍କ ତତ୍ୱାବଧାନରେ ସଂପୃକ୍ତ କୋର୍ଟରେ ଆଗତ ହୋଇଥିବା ମାମଲା ଗୁଡିକର ଫଏସଲା ହୋଇଥିଲା । ଉକ୍ତ ଲୋକ ଅଦଲତରେ ସରକାରୀ ଅଧିବକ୍ତା ଶ୍ରୀ ହିମାଂଶୁ ପାଣିଗ୍ରାହୀ ଓ ସ୍ଥାନୀୟ ଆଇନଜୀବୀ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିବେଳେ ଏଥିରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ / ଘରୋଇ ବ୍ୟାଙ୍କର ଅଧିକାରୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.