ସବାଇ ସାମଗ୍ରୀର ବିବିଧକରଣ ସମ୍ପର୍କିତ ତାଲିମ ଶିବିର

ବାରିପଦା- ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଏବଂ ଅମ୍ବାଡିସ୍ ସହାୟତାରେ ବାରିପଦା ବ୍ଲକ ଅନ୍ତର୍ଗତ ଲଙ୍ଗଳକଟା ଠାରେ ମୁଳୁଚାନ୍ଦ କାରିଗର ଉତ୍ପାଦକ ସଂଗଠନ ଓ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ତରଡାପାଲ ଠାରେ ନିଝାରି ବଡାମ କାରିଗର ଉତ୍ପାଦକ ସଂଗଠନ ଆନୁକୁଲ୍ୟରେ ଆଦିବାସୀ କାରିଗରମାନଙ୍କ ପାଇଁ ସବାଇ ଘାସ ସାମଗ୍ରୀର ବିବିଧକରଣ ଉପରେ ଏକ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି । ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥୁବା ଏହି ତାଲିମ କାର୍ଯ୍ୟକ୍ରମରେ ମୋଟ ୧୦୦ ଜଣ କାରିଗର ଅଂଶଗ୍ରହଣ ପୂର୍ବକ ତାଲିମ ନେଉଛନ୍ତି । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ସ୍ୱୀକୃତିପ୍ରାପ୍ତ ଗୌତମ ମୋଦକ ଓ ମୃତ୍ୟୁଂଜୟ କୁମାର ପ୍ରମୁଖ ପ୍ରଶିକ୍ଷକ ଭାବେ କାରିଗର ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଏହାର ଉଦଘାଟନ ଉତ୍ସବରେ ପ୍ରକଳ୍ପ ଟିମ୍ ଲିଡର ଶ୍ୱେତା ମିଶ୍ର ଅନଲାଇନ ମାଧ୍ୟମରେ ଯୋଗଦାନ କରି କାରିଗରୀ ମାନଙ୍କୁ ବଜାର ଚାହିଦା ଅନୁସାରେ ସବାଇଘାସ ସାମଗ୍ରୀର ବିବିଧ କରଣର ଗୁଣାତ୍ମମାନର ବିଭିନ୍ନ ସାମଗ୍ରୀ ଉତ୍ପାଦନ କରି କିପରି ସେ ସମ୍ପର୍କରେ ସୂଚାଇଥିଲେ । ଏହି ତାଲିମ ଶିବିରରେ ଶ୍ରୀ ମୋଦକ ମୁଖ୍ୟ ପ୍ରଶିକ୍ଷକ କାରିଗର ମାନଙ୍କ ଭିତରେ ଥିବା କୌଶଳକୁ ଉନ୍ନତ କରି ସବାଇଘାସ ସାମଗ୍ରୀର ବିବିଧ କରଣ କରିପାରିବେ ବୋଲି କହିଥିଲେ । ସେହିପରି ମୃତ୍ୟୁଂଜୟ କୁମାର ପ୍ରଶିକ୍ଷକ ତୋରଡାପାଳ ବଜାର ଚାହିଦା ଅନୁସାରେ ପ୍ରସ୍ତୁତ ସାମଗ୍ରୀ ଗୁଡିକର ଡିଜାଇନର ନୂତନତ୍ୱ ଆଣିବା ଆବଶ୍ୟକତା ଉପରେ ତାଲିମ ଦେଇଥିଲେ । ଏହି ୧୦ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ବୁଧୁରାମ ପାତ୍ର, ଚିନ୍ତାମଣି ମହାପାତ୍ର କାର୍ଯ୍ୟକ୍ରମ ଅଧିକାରୀ ପ୍ରମୁଖ ସଂଯୋଜନା କରୁଛନ୍ତି । ମୁକୁନ୍ଦ ଚାନ୍ଦ କାରିଗରୀ ଉତ୍ପାଦକ ସଂଗଠନ ର ସଭାନେତ୍ରୀ କୁନି ସିଂ, ସମ୍ପାଦିକା ରମିତା ସିଂ ଓ କୋଷାଧକ୍ଷା ନିଶାମଣି ନାଏକ, ଲଙ୍ଗଲକଟା ଠାରେ ଚାଲିଥିବା ତାଲିମ ଶିବିର ଆୟୋଜନରେ ସହଯୋଗ କରୁଥିବାବେଳେ ତୋରଡାପାଳ ବାଙ୍ଗିପୋଷିଠାରେ ଚାଲିଥିବା ତାଲିମ ଶିବର ଆୟୋଜନରେ ଏବଂ ନିଝାରିବଡାମ କାରିଗରୀ ଉତ୍ପାଦକ ସଂଗଠନର ସଭାନେତ୍ରୀ ସରସ୍ୱତୀ ନାଏକ ଓ କୋଷାଧକ୍ଷ୍ୟା ବିନ୍ଦୁମତି ନାଏକ ଶିବିର ଆହୋଜନରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.