ବଦଳି ରୋକିବା ଲାଗି ଗ୍ରାମବାସୀଙ୍କ ଦାବିପତ୍ର।
ମୟୂରଭଞ୍ଜ- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶରତ ପଞ୍ଚାୟତ ଏକ ଆଦିବାସୀ ବହୁଳ ଅଞ୍ଚଳ,ଯେଉଁଠାରେ ଶତ ପ୍ରତିଶତ ଆଦିବାସୀ ବସବାସ କରୁଥିବା ବେଳେ ୯ଟି ପଞ୍ଚାୟତ ପାଇଁ ମାତ୍ର ଗୋଟିଏ ଥାନା ରହିଛି ଯାହାର ନା ଶରତ ଥାନା। ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଅପରାଧ ଘଟୁଥିବା ବେଳେ ସେ ଭିତରେ ଅନେକ ଥାନାଧିକାରି ଆସିଛନ୍ତି ଆଉ ଯାଇଛନ୍ତି।ହେଲେ କିଛି ମାସ ପୂର୍ବରୁ ଭାସ୍କର ପ୍ରଧାନ ଶରତ ଥାନା ଅଧିକାରୀ ଭାବେ ଯୋଗଦେଇଥିଲେ। ଥାନା ବାବୁ ଭାସ୍କର ଙ୍କ କାର୍ଯ୍ୟଶୈଳି,ଏବଂ ଅଞ୍ଚଳରେ ପ୍ରତ୍ୟେକ ଛୋଟ ବଡ ସମସ୍ୟାର ସହଜ ସମାଧାନ ଜରିବା, ନେଇ ଅଂଚଳରେ ଭାସ୍କର ବେଶ ପ୍ରଶଂସା ସାଉଁଟିଛନ୍ତି।ଖାଲି ସେତିକି ନୁହେଁ,ଭାସ୍କରଙ୍କୁ ସ୍ଥାନୀୟ ଲୋକେ ଦେବଦୂତ ସଦୃଶ ଆକ୍ଷା ଦେଇଛନ୍ତି। ସେ ଏଠାରେ ଯୋଗଦେବା ପରେ ଅଂଚଳରେ ଚୋରି ରାହାଯାନୀ ଠାରୁ ଆରମ୍ଭ କରି ଗଣ୍ଡଗୋଳ ଆଦି ବହୁମାତ୍ରାରେ କମି ଯାଇଥିଲା। ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନଙ୍କ ଭିତରୁ କିଛି ଲୋକେ ନିଜକୁ ମାଓବାଦୀ ସଂଗଠନରେ ସାମିଲ କରାଇବାକୁ ପ୍ରସ୍ତୁତ ଥିବାବେଳେ ଥାନାଧିକାରୀ ଭାସ୍କରଙ୍କ ପ୍ରେରଣା ପାଇଁ ସେମାନେ ସେଥିରୁ ଓହରିଥିଲେ।ଯୋଉଥି ପାଇଁ ସେ ଆଦିବାସୀ ମାନଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି। ଭଲ ଥାନାଧିକାରୀ ପାଇ ଶରତ ଅଞ୍ଚଳବାସୀ ବେସ ଖୁସି ଥିବାବେଳେ ହଠାତ ତାଙ୍କର ବଦଳି ଅର୍ଡରକୁ
ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଯାହାକୁ ନେଇ ଶରତ ଅଞ୍ଚଳର
ବୁଦ୍ଧିଜୀବି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବଦଳି ରୋକିବା ଲାଗି ଏକ ଦାବିପତ୍ର ଉପଖଣ୍ଡ
ପୁଲିସ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ନେଇ ଗ୍ରାମମୁଖ୍ୟ ଜଗଦୀଶ ମୁର୍ମୁ,ସମାଜସେବୀ ହିନ୍ଦୁସିଂ ପୂର୍ତ୍ତି, ବାସନ୍ତୀ ପରିଡ଼ା, ତୁଳସୀ ମୁର୍ମୁ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସିଂ ପୁର୍ତ୍ତି ପ୍ରକାଶ କରିଛନ୍ତି।