ପୋଲିସ ଉପରେ ଭରସା ନ କରି ଲୋକେ ଯୋଗୁଛନ୍ତି ପଡା

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ରେ ଏବେ ଆଇନ କାନୁନ ବ୍ୟବସ୍ତା ପୁରା ଭୁଶୁଡି ପଡିଛି. କନିଷ୍ଠ ଯନ୍ତ୍ରୀ ହତ୍ୟାକାରୀ, ଅମୃତ କଳସ ସୁନା ଦୋକାନ ଲୁଟ ର ଡକାୟତ ଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି. ପାଟଣାଗଡ ସହରରେ ଏବେ ପୁଣି ଘରେ ଘରେ ଡକାୟତି ବୃଦ୍ଧି ପାଇବାରେ ଲାଗିଛି. ନିକଟରେ ସହର ର ଭାଟିସାଲ ପଡା ୨ ଟି ଘରୁ ଅନ୍ଧାର ର ସୁଯୋଗ ନେଇ  ଡକାୟତି ହୋଇଛି.ପରେ ପଡ଼ାବାସୀ ପାଟଣାଗଡ ଥାନା ଓ ଏନ ଏ ସି କାର୍ଯ୍ୟାଳୟ ଘେରାଉ କରିଥିଲେ. ଏନ ଏ ସି ତରଫରୁ ୨ ଟି ଲାଇଟ ର ବ୍ୟବସ୍ଥା କରିଥିବାବେଳେ ପୋଲିସ ତରଫରୁ ପଡ଼ାରେ ରାତିରେ କିଛି ପୋଲିସ କର୍ମଚାରୀ ଙ୍କୁ ଜଗିବା ର ଦାୟିତ୍ୱ ଦେଇଛନ୍ତି. ହେଲେ ପାଟଣାଗଡ ପୋଲିସ ଉପରେ ଆଉ ଲୋକଙ୍କ ଭରସା ନ ଥିବା ଜଣାପଡିଛି. ପଡ଼ାର ଲୋକ ମାନେ ଠେଙ୍ଗା ବାଡ଼ି ଧରି ନିଜେ ଜଗି ନିଜକୁ ସୁରକ୍ଷିତ ରଖୁଛନ୍ତି. ଏଣୁ ପାଟଣାଗଡ ର ସୁରକ୍ଷା ପାଇଁ ବଲାଙ୍ଗୀର ଏସ ପି ଗୁରୁତ୍ୱ ଦେବାକୁ ଦାବି ହେଉଛି.

Leave A Reply

Your email address will not be published.