ଧାମନଗର- ଧାମନଗର ସଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସାମ୍ବାଦିକ ଅନନ୍ତ ଜେନାଙ୍କ ସହଧର୍ମିଣୀ ମାନସୀ ଜେନାଙ୍କ ମାତ୍ର ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ରବିବାର ସକାଳେ ଦେହ ଅସୁସ୍ଥ ଲାଗିବାରୁ ମାନସୀଙ୍କୁ ପ୍ରଥମେ ଧାମନଗର ଓ ପରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଧାମନଗର ସହର ପରିକ୍ରମା କରାଯାଇ ଗୋଖାଦିଗ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା । ମୃତ୍ୟୁ ଖବରପାଇ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଏନଏସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦରୀ,ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ମନୋରଞ୍ଜନ ମଲ୍ଲିକ,ଶରତ ଚନ୍ଦ୍ର ମହାନ୍ତି,ସୁଶାନ୍ତ କୁମାର ରାଉତ,କୈଳାସ ଚନ୍ଦ୍ର ମହାପାତ୍ର,ଜଗନ୍ନାଥ ଦାସ,ସାମ୍ବାଦିକ ବାସୁଦେବ ତ୍ରିପାଠୀ , ଅନୀଲ କୁମାର ବାରିକ,କୈଳାଶ ଚନ୍ଦ୍ର ଗୁପ୍ତା, ପ୍ରଦୀପ କୁମାର ମହାପାତ୍ର , କୃଷ୍ଣ ଚନ୍ଦ୍ର ଜେନା,ଗୋଲାମ ଜିଲାନି ହବିଵି ,ସେକ୍ ଜାଫର ଅଲ୍ଲୀ , ସୁଧାକର ଦାଶ,ସୁଶାନ୍ତ କୁମାର ରାଉତ,ରଜତ କୁମାର ପଣ୍ଡା,ସଂଜୀବ ମହାନ୍ତି ,ସରୋଜ କୁମାର ସେଠୀ,ସନ୍ତୋଷ କୁମାର ମହାପାତ୍ର,ବିବେକାନନ୍ଦ ପଣ୍ଡା,ଗୋୖରାଙ୍ଗ ଦାଶ,ଆଇନଜୀବୀ ଅମରେନ୍ଦ୍ର ମହାନ୍ତି ,ଏମଡି ମଦାନି,ମନୋଜ ଗୁପ୍ତା,ବିଜୟ କୁମାର ରାମ,ସମାଜସେବୀ ସୂର୍ଯ୍ୟବଂଶୀ ସୁରଜ,ଲମ୍ବୋଦର ଜେନା,ଅରବିନ୍ଦ ପତି,ଶ୍ରୀଧର ବେହେରା,ଶିକ୍ଷକ ହେମେନ୍ଦ୍ର ମହାନ୍ତି,ରାଜେନ୍ଦ୍ର କୁମାର ଖୁଟିଆ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।