ରାୟଗଡ-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ଏକ କୁଣ୍ଡା ବୋଝେଇ ଟ୍ରକରୁ ୪୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ଦୁଇଜଣ ହେଲେ ଦିନେସ କୁମାର ଓ ଚନ୍ଦନ ଉଭୟଙ୍କ ଘର ଦିଲ୍ଲୀର ସୁଲତାନ ପୁରୁ ବୋଲି ଜଣା ପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଏକ ଟ୍ରକ ନମ୍ବର ସିଜି-୧୩-ବାଇ-୫୨୬୩ ଯୋଗେ ୧୨୭ ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ଅବକାରୀ କର୍ମଚାରୀମାନେ ମଦ ଧରପଗଡ ପାଇଁ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଦୃତ ଗତିରେ ଟ୍ରକଟି ବାଇପାସ୍ ରାସ୍ତା ରେ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ପ୍ରଥମେ କୁଣ୍ଡା ବାହାରିଥିବା ବେଳେ ଭିତରେ ବସ୍ତାରେ ଗଞ୍ଜେଇ ରହିଥିଲା। ତୁରନ୍ତ ଟ୍ରକ ଜବତ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଅଣାଯାଇଥିଲା। ପୁନର୍ବାର ଯାଞ୍ଚ ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ଓଜନ କରିବା ପରେ ତାହା ୪୫୦୦ କେଜି ବୋଲି ଜଣାପଡିଛି।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ଦର ଦୁଇ କୋଟି ପଚାଷ ହଜାର ଟଙ୍କା ହେବାର ଅନୁମାନ କରାଜଉଛି।ଏହି ଗଞ୍ଜେଇ ବିଶାଖାପାଟଣା ଠାରୁ କୋରାପୁଟ ଦେଇ ଟ୍ରକରେ ଦିଲ୍ଲୀ ଚୋରାଚାଲାଣ ହେଉଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।