ଅନ୍ଧାରରେ ଶ୍ରୀରାମ ଗାଁ କଲୋନୀପଡା ବାସିନ୍ଦା,  ଅନ୍ୟପକ୍ଷରେ କୋକୁଆ ଭୟ ସୃଷ୍ଟି ହୋଇ ଦୋହଲାଇ ଦେଇଛି 

ବଙ୍ଗୋମୁଣ୍ଡା- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଜାମଖୁଣ୍ଟା ପଞ୍ଚାୟତ ଶ୍ରୀରାମ ଗାଁର କଲୋନୀପଡାରେ ୮ ଦିନ ହେଲା ବିଜୁଳି ଆଲୁଅ ନାହିଁ ଅନ୍ଧାରେ ପଡ଼ାବାସୀ। ଖଡ଼ିଆଳ,ନୂଆପଡା ଭବାନୀପାଟଣା ଯିବା ମୁଖ୍ୟ ରାସ୍ତା ଉପରେ ବର୍ତ୍ତମାନ ସମସ୍ତ ଙ୍କୁ କକୁଆ ଭୟ ପିଲା ଚୋର ସାଙ୍ଗକୁ ଡକାୟତି ହେଉଥିବା ଘଟଣାଟି ଚାରିଆଡେ ପ୍ରସାରିତ ହୋଉଛି  ଯାହା ଫଳରେ ଉକ୍ତ ଗାଁର ଲୋକେ ରାତିରେ ଗାଁ ଯୁଗା ପ୍ରହରା ଦେଉଥିବା ଗାଁବାଲା କହିଛନ୍ତି। ତେବେ ପଡା ପାଇଁ ଲାଗି ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର କେଉଁକାରଣରୁ ଅଚଳ ହୋଇଛି ଲୋକେ ମଧ୍ୟ ଜାଣି ନାହାନ୍ତି ଏ ସମ୍ପର୍କରେ ସିନ୍ଧେକେଲା ଗ୍ରୀଡ଼ ସବଷ୍ଟେସନ କାର୍ଯ୍ୟରତ ବିଦ୍ୟୁତ କନିଷ୍ଠଯନ୍ତ୍ରୀଙ୍କୁ ଲୋକେ ଯାଇ ଲିଖିତ ଅଭିଯୋଗ ଜଣାଇଥିବା ସୂଚନା ମିଳିଛି।ହେଲେ ବିଭାଗୀ ଦାୟିତ୍ୱରେ ଥିବା  ଅଧିକାରୀ ଙ୍କ ଆନ୍ତରିକତା ଭାବ ଓ ଉଦାସୀନତା ମନୋବଲ ଯୋଗୁଲାଗି ପାରିନି ଏ ପର୍ଯ୍ୟନ୍ତ ନୂଆ ଟ୍ରାନ୍ସଫର୍ମର ଲୋକେ ବର୍ଷା ଋତୁରେଝଡି ପାଣି ବର୍ଷାରେ ଅନ୍ଧାରରେ ରହୁଛନ୍ତି। ବିଭିନ୍ନ କୀଟ ପତଙ୍ଗ, ମଶା, ମାଛି,ସାପ ଦାଉର ଶିକାର ହୋଇ ରହିବାକୁ ପଡୁଛି ବୋଲିପଡା ବାସୀ କହିଛନ୍ତି।

Leave A Reply

Your email address will not be published.