କଣ୍ଟାବାଞ୍ଜିରେ ହେବ ଉତ୍କଳ ବାଳ ଆଶ୍ରମ 

ବହୁ ଦିନ ଧରି ଦାବି କରି ଆସୁଥିଲେ ସ୍ଥାନୀୟ ଲୋକେ, ପରିଶେଷରେ ଦାବି ପୂରଣ ହେଲା 

କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ଖୁସିର ଖବର ଯେ ବାଳ ଆଶ୍ରମ ପାଇଁ ଆଉ ଦୂରଦୂରାନ୍ତ ଯିବାକୁ ପଡ଼ିବ ନାହିଁ, ବଲାଙ୍ଗିର ଜିଲ୍ଲାପାଳ ଏଜି କଣ୍ଟାବାଞ୍ଜି ଏନଏସିର ମିଟିଙ୍ଗ ହଲରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରି ଏହି ପ୍ରସ୍ତାବ ଦେଇଥିଲେ,  ପ୍ରସ୍ତାବ ଦେବା କ୍ଷଣି ସମସ୍ତେ ସମର୍ଥନ ଜଣାଇଥିଲେ ଓ ଖାଲି ପଡିଥିବା ରାଷ୍ଟୀୟ ହିନ୍ଦୀ ବିଦ୍ୟାଳୟକୁ ଅସ୍ଥାୟୀ ଭାବେ ବ୍ୟବହାର କରିବାକୁ ପ୍ରସ୍ତାବିତ କରାଯାଇଛି, ତଥା କଣ୍ଟାବାଞ୍ଜି ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ ଜିଲ୍ଲାପାଳ ମହୋଦୟ, କଣ୍ଟାବାଞ୍ଜି ହସ୍ପିଟାଲରେ ସବୁଠାରୁ ବଡ଼ ସମସ୍ୟା ହେଉଛି ପାଣି, ହସ୍ପିଟାଲ ସମ୍ମୁଖରେ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡ଼ିକ ମଧ୍ଯ ତାଲା ପକାଇ ବନ୍ଦ ରହିଛି, ଏହି ସବୁ ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରିବା ବହୁ ଜରୁରୀ, ତଥା ଅନ୍ୟ ସ୍ଥାନ ଗୁଡ଼ିକରେ ହେଇଥିବା ଉନ୍ନତି କାମ ଗୁଡ଼ିକକୁ ଯାଇ ଦେଖିଥିଲେ, ବାଳକ ବିଦ୍ୟାଳୟ ବର୍ତ୍ତମାନ ୫ଟି ସ୍କୁଲ ଡିଜିଟାଲ ସ୍କୁଲ କରାଯାଇଛି ହେଲେ ସେମିତି କିଛି ଉନ୍ନତି ପରିଲକ୍ଷିତ ନ ଦେଖାଯିବାରୁ ବିରକ୍ତ ହୋଇ ଥିଲେ ଜିଲ୍ଲପାଳ ମହୋଦୟ, ଠିକାଦାର ଉପରେ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହାଲୁକା ଭାବେ ବର୍ଷିଥିଲେ, ଅତି ହାଲୁକା କମ୍ପୁଟର ଲଗାଇଥିବା ବେଳେ କୌଣସି ମଡେଲ ସ୍କୁଲ ଭଲି ଲାଗୁ ନାହିଁ ସେହି ପୁରୁଣା ଜମାନାର ଭଲି ଚଉକି  ଲାଗିଛି, ଯେଉଁ ରଙ୍ଗ ଲାଗିଥିଲା ତାହା ବର୍ଷ ନ ପୁରୁଣୁ କାଇ ବସି ଭଲ ଦେଖା ଯାଉ ନାହିଁ ତେଣୁକରି ପୁଣିଥରେ ରଙ୍ଗ ଲଗେଇବାକୁ ନିର୍ଦ୍ଦେଶ ଦେଇଛନ୍ତି

Leave A Reply

Your email address will not be published.