ବରୀ,- ନହଣ କୃଷି ସେବା ସମବାୟ ସମିତିର ପ୍ରଥମ ବୋର୍ଡ ବୈଠକ ନବ ନିର୍ବାଚିତ ସଭାପତି ଅଭିନ୍ନ ଚନ୍ଦ୍ର ଜେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲିଆ, ଇଶାଣପୁର ଓ ଧାରପୁରର ନାଥପୁର ଗ୍ରାମର ନିର୍ବାଚିତ ସମସ୍ତ ଡାଇରେକ୍ଟର, ୨୧ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବାଲିଆ ସରପଞ୍ଚ ରେବତୀ ଜେନା, ଇଶାଣପୁର ସମିତି ସଭ୍ୟ ଚିନ୍ତାମଣୀ ଜେନା, ଧାରପୁର ସରପଞ୍ଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବରୀ ଶାଖା ପରିଚାଳନ ସଦାଶିବ ଦାସ, ଉପସଭାପତି ଭାଗ୍ୟଲତା ଶ୍ୟାନ୍ତି, ସମବାୟ ସମିତିର ସମ୍ପାଦକ ଉମେଶ ଚନ୍ଦ୍ର ଜେନା, ସହସମ୍ପାଦିକା ସଙ୍ଗୀତାଞ୍ଜଳୀ ଜେନା, ଡିଇଓ ମାନସ କୁମାର ଜେନା, କିରାଣୀ ସତ୍ୟାନନ୍ଦ ଜେନା, ସହକାରୀ ଜଟକ୍ରିଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ସମବାୟ ସମିତିଟି ସବୁ ସମୟରେ କୃଷକମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସୁଅଛି । ରାଜ୍ୟ ସରକାର ସବୁ ସମୟରେ ଯେଉଁଭଳି କୃଷକଙ୍କ ସଶକ୍ତି କରଣ ଉପରେ ଗୁରୁତ୍ୱ ଦେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ସହଯୋଗରେ ଆଗକୁ ନେବା ପାଇଁ ନର୍ବନିର୍ବାଚିତ ସଭାପତି ଶ୍ରୀ ଜେନା ପ୍ରକାଶ କରିଥିଲେ । ଦୀର୍ଘ ଦିନ ଧରି ପୁରାତନ ଘରେ ଉକ୍ତ କାର୍ଯ୍ୟାଳୟଟି ଚାଲୁ ଥିବାରୁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ଅନୁଦାନରେ ନୁଆ ସମିତି ଗୃହ ନିର୍ମାଣ କରାଯିବା ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାମଲ କହିଥିଲେ ।