ରାୟଗଡ-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତର ଭାଲୁମାସ୍କ ରେଳ ଷ୍ଟେସନ ନିକଟରେ ରହିଥିବା ଜମି ବିବାଦ ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଗସ୍ତ କରିଥିଲେ। ସେଠାରେ ସମାଧାନ ପାଇଁ ଲୋକଙ୍କ ସହ କଥାବାର୍ତ୍ତା ହେଇ ସମାଧାନର ବାଟ ବାହାର କରିବା ପରେ ସେଠାରୁ ଫେରି ବେଲ କଣା ଗ୍ରାମର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପହଞ୍ଚିଥିଲେ। ପ୍ରକାଶ ଯୋଗ୍ୟ ଏହିକିଯେ ଗତ କିଛି ବର୍ଷ ହେବ ବେଳେ କଣା ଗ୍ରାମର ୨୦ ରୁ ଅଧିକ ବାସ ଗୃହ ବ୍ୟବହାର ଉପଯୋଗୀ ନହୋଇ ରହିଛି। କିନ୍ତୁ ବଡ଼ ଦୁଃଖର କଥା ହେଉଛି ବାଧ୍ୟ ହୋଇ ସେହି ପରିତ୍ୟକ୍ତ ଗୃହରେ ରହିବାକୁ ପଡୁଛି ବୋଲି ଉପେନ୍ଦ୍ର ନେମାଲପୁରୀ, ଶ୍ରୀରାମ ସାହୁକାର, ଭୀମସେନ ସେଠି କଣ୍ଟୁ ନେମାଲପୁରୀ ମାଝୀ ଭାଗ୍ୟମ, ଯୋଗେଶ ମାଝୀ ପ୍ରମୁଖ କହିଛନ୍ତି। ଆଗରୁ ଅନେକ ବାର ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଭେଟିବା ପରେ ମଧ୍ୟ ଏହାର ସମାଧାନ ବାହାରି ପାରି ନଥିଲା। ଭାରତୀୟ ଜନତା ପାର୍ଟି ସିକରପାଇ ମଣ୍ଡଳ ସଭାପତି ମନୋଜ ସେଠୀଙ୍କ ଅନୁରୋଧ କ୍ରମେ ରାଜ୍ୟ ପଛୁଆ ବର୍ଗ ଉପସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରାଙ୍କ ସୁପାରିଶ କ୍ରମେ ଆଜି ଲଗାଣ ବର୍ଷାକୁ ଖାତିର ନକରି ଗ୍ରାମକୁ ଯାଇ ସମସ୍ୟାର ପରିଦର୍ଶନ କରିଥିଲେ ଓ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହେବା ସହ ଯାହା ହେଇପାରିବ ତାହା ସରକାରଙ୍କୁ ସାହାଯ୍ୟ ପାଇଁ ସୁପାରିଶ କରାଯିବ ବୋଲି ଉପ ଜିଲ୍ଲାପାଳ ଭୀମସେନ ଶବର କହିଛନ୍ତି। ସୂଚନା ଯୋଗ୍ୟ ଏହିକିଯେ ଦୀର୍ଘ ୩୦ ବର୍ଷ ତଳେ ଏକ ଭୟା ଭୟ ଅଗ୍ନି କାଣ୍ଡରେ ଏହି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଭସ୍ମ ହେଇଯାଇଥିଲା। ସେହି ପିଡ଼ିତଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ତରଫରୁ ଏହି ବାସ ଗୃହ ଯୋଗାଇ ଦେଇଥିଲେ ତାହା ବର୍ତମାନ ଅନୁପଯୋଗୀ ହେଇଛି ତେଣୁ ଜିଲ୍ଲା ପ୍ରଶାସନ ଏହାର ସତ୍ୟ ଜାଣି ଲୋକଙ୍କୁ ନୂତନ ଗୃହ ନଚେତ ମରାମତି ପାଇଁ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି। ଏହି ପରିଦର୍ଶିନୀ ସମୟରେ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ପଟେଲ,ସିକରପାଇ ପଞ୍ଚାୟତ ପି ଇ ଓ ପ୍ରଶାନ୍ତ କୁମାର ସାହୁ ଓ ଗ୍ରାମବାସୀ ଯୋଗଦେଇଥିଲେ।