ଇନ୍ଦ୍ର କୁମାର ହତ୍ୟା ର ନ୍ୟାୟ ଦାବିରେ ପ୍ରତିବାଦ ଓ ବିକ୍ଷୋଭ

ଜଳେଶ୍ଵର- ରାଜସ୍ଥାନ ର ଜଲ୍ଲର ଜିଲ୍ଲା ରେ ଏକ ୯ ବର୍ଷ ର ସ୍କୁଲ ଛାତ୍ର ର ହତ୍ୟା ପ୍ରତିବାଦରେ ସିପିଆଇ (ଏମ୍) ଓ ଆମ୍ବେଦକର ସମତା ମଂଚ ତରଫରୁ ଜଳେଶ୍ଵର ବସ୍ ଷ୍ଟାଣ୍ଡରେ ଏକ ପ୍ରତିବାଦ ସଭା ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏକ ୯ ବର୍ଷ ର ତୃତୀୟ ଶ୍ରେଣୀ ର ଦଳିତ ଛାତ୍ର ରାଜସ୍ଥାନ ର ଜଲ୍ଲର ଜିଲ୍ଲା ରେ ସରସ୍ଵତୀ ବିଦ୍ୟା ମନ୍ଦିର ରେ ପାଠ ପଢୁଥିବା ଯେଉଁ ସ୍କୁଲ ଆର. ଏସ. ଏସ. ଦ୍ବାରା ପରିଚାଳିତ। ଗତ ଜୁଲାଇ ୨୦ ତାରିଖରେ ସ୍କୁଲ ରେ ପଢୁଥିବା ସମୟ ରେ ଶୋଷ ଲାଗିବାରୁ ସବର୍ଣ୍ଣ ଙ୍କ ପାଇଁ ରଖାଯାଇଥିବା ମାଠିଆ ରୁ ପାଣି ପିଇ ଦେବାରୁ ସ୍କୁଲ ର ପ୍ରଧାନ ଶିକ୍ଷକ ଛୋଲ୍ ସିଂ ଛାତ୍ର ଟିକୁ ପିଟି ପିଟି ହତ୍ୟା କରିଛନ୍ତି। ଜୁଲାଇ ୨୦ ରୁ ଚିକିତ୍ସାଧୀନ ଥାଇ ଅଗଷ୍ଟ ୧୩ ତାରିଖ ଶନିବାର ଦିନ ପିଲାଟି ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଦେଶ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିଲା ବେଳେ ଏପରି ଏକ ଜାତିବାଦ ଘଟଣା ଆମ ସମସ୍ତଙ୍କ ପାଇଁ ଏକ ଲଜ୍ଜା। ସଂବିଧାନ ର ଧାରା ୧୭ ଭାରତ ବର୍ଷ ରୁ ଜାତିପ୍ରଥା ର ବିନାଶ ପାଇଁ ଆହ୍ୱାନ ଥିଲାବେଳେ ଜାତିବାଦ କିପରି ଉଗ୍ର ଓ ବର୍ବର ରହିଛି ଇନ୍ଦ୍ର କୁମାର ର ମୃତ୍ୟୁ ତାର ଏକ ଜ୍ୱଳନ୍ତ ଉଦାହରଣ। ଇନ୍ଦ୍ର କୁମାର ର ଭୁଲ୍ ଏତିକି ଯେ ସେ ସବର୍ଣ୍ଣ ଶିକ୍ଷକଙ୍କ ମାଠିଆ ରୁ ପାଣି ପିଇ ଦେଇଥିଲା। ସ୍ବାଧୀନତା ର ଏତେ ବର୍ଷ ପରେ ମଧ୍ୟ ହିନ୍ଦୁବାଦି ମାନସିକତା ରେ କୈାଣସି ପରିବର୍ତ୍ତନ ହୋଇନାହିଁ। ମହାତ୍ମା ଗାନ୍ଧୀ, ଆମ୍ବେଦକର ତାଙ୍କ ର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଛୁଆଁ ଅଛୁଆଁ, ଜାତିବାଦ ବିରୋଧରେ ଲଢେ଼ଇ ଜାରି ରଖିଥିଲେ। ଆର୍.ଏସ.ଏସ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ ଏହି ବର୍ବର ଓ ପୈଶାଚିକ କାର୍ଯ୍ୟ ହିନ୍ଦୁବାଦୀ ମାନଙ୍କ ର ମୁଖା ପୁଣି ଥରେ ଖୋଲି ଦେଇଛି। ପ୍ରଧାନ ଶିକ୍ଷକ ଛୋଲ୍ ସିଂ କୁ କଠୋର ରୁ କଠୋର ଦଣ୍ଡ ଦେବା, ଇନ୍ଦ୍ର କୁମାର ର ପରିବାର କୁ ନ୍ୟାୟ ଦେବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଏବଂ ଜାତିବାଦ ବିରୋଧରେ ଲଢେ଼ଇ କୁ ବ୍ୟାପକ କରିବା ପାଇଁ ଆଜି ର ସଭା ରେ ଆହ୍ୱାନ ଦିଆଯାଇଛି। ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ସିତାଂସୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲୀପ ପରିଡ଼ା, ଜିତାଂଶୁ ନନ୍ଦୀ, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ, ଜୀବନ ପରିଡ଼ା, ସବିତା ଭୂୟାଁ, ମଦନ ମାହାଲି, ଗଣେଶ ପାତ୍ର, ପ୍ରକାଶ ଦେ, ଶେଖ ଜମିରୁଦ୍ଦିନ ସହ ଆମ୍ବେଦକର ସମତା ମଞ୍ଚ ରୁ ଅଶୋକ ଜେନା, ଜଗନ୍ନାଥ ମୂର୍ମୂ, ନିରଜ ବେହେରା, ଅଜୟ ପଲାଇ, ମକରା ବେଶରା, ମୁକୁଲ ହାଂସଦା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ସଂଧ୍ୟା ୬ ଟାରେ ଆଦିବାସୀ ଯୁବ ଉର୍ଜା ସଂଗଠନ ତରଫରୁ ଇନ୍ଦ୍ର କୁମାର ନ୍ୟାୟ ଦାବିରେ ଶତାଧିକ ଆଦିବାସୀ ଓ ଦଳିତ ଯୁବକ ଯୁବତୀ କେଣ୍ଡେଲ୍ ଶୋଭାଯାତ୍ରା କରି ବ୍ଳକ ପାଖରୁ ଜଳେଶ୍ଵର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ।

Leave A Reply

Your email address will not be published.