ଜାତିଭେଦ ରେ ଶିକାର ହୋଇ ଦଳିତ ପିଲାର ମୃତ୍ୟ ହୋଇଥିବା ପ୍ରତିବାଦ କରି ବହୁଜନ ସମାଜ ପାର୍ଟି ପକ୍ଷରୁ ବିଶାଳ ରାଲି ଓ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ  ସ୍ମାରକପତ୍ର ପ୍ରଦାନ

ରାୟଗଡ଼-ରାଜସ୍ଥାନ ରାଜ୍ୟର ଜାଲୋର୍ ଜିଲ୍ଲାର ସୁରାନା ଗ୍ରାମରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କରୁଥିବା ନ ବର୍ଷର ଛାତ୍ର ଇନ୍ଦ୍ର ମେଘ୍ୱାଲ୍ ମାଠିଆ ପାତ୍ର ଠାରୁ ପାଣି କାଡ଼ି ପିଇବାରୁ ସେହି ଶିଶୁକୁ ଜାତିଆଣ ଭେଦଭାବ କରି ବିଦ୍ୟା ମନ୍ଦିରର ଛାୟାଲ୍ ସିଂ ନାମକ ପ୍ରଧାନ ଆଚାର୍ଯ୍ୟ ରାଗିଯାଇ ଛାତ୍ରକୁ ମାରିଥିଲେ ଯାହା ଦ୍ଵାରା ଛାତ୍ରଟି ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହେବା ଅବସ୍ଥାରେ ମୄତ୍ୟ ହୋଇଥିଲା ଏବଂ ଦଳିତ ପରିବାରର ହୋଇଥିବାରୁ ତାଙ୍କୁ ଅଣଦେଖା କରି  ରାଜସ୍ଥାନ ସରକାର ଘଟଣାକୁ ଚପେଇ ଦେବା ଉଦ୍ଦେଶ୍ୟ ରଖି ଆଖି ଦୃଶିଆ କିଛି ପଦକ୍ଷେପ  ନେଇ ନ ଥିବା ଅଭିଯୋଗ କରି ଆଜି ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଜିତୁ ଜାକେସିକା ଙ୍କ ନେତୃତ୍ୱରେ ରାୟଗଡ଼ା ବସଷ୍ଟାଣ୍ଡ ନିକଟସ୍ଥ  ଅମ୍ବେଦକର୍ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶତାଧିକ ବହୁଜନ ପ୍ରେମୀ  ପଦଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିଲେ କୌଣସି କାରଣରୁ ଜିଲ୍ଲାପାଳ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏହି ସ୍ମାରକ ପତ୍ର ଗ୍ରହଣ କରିଥିଲେ। ଏହି ସମୟରେ ଜିଲ୍ଲା ସଭାପତି ଜିତୁ ଜାକେସିକା ଙ୍କ ସହ ବରିଷ୍ଠ ବି ଏସ ପି ନେତା ସରୋଜ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ର ଗରଡିଆ, ଜିଲ୍ଲା ମହିଳା ସଭାପତି ସୁନୀତା ବିଡିକା, ବରିଷ୍ଟ ନେତା ପୂର୍ଣ୍ଣ ଟାକ୍ରି, କଲ୍ୟାଣସିଂହପୁର ବ୍ଲକ ପ୍ରଭାରୀ ଜାଗାମ୍ ବେନିଆ, କାଶିପୁର ବ୍ଲକ ସଭାପତି ବିସମ୍ବର୍ ନାୟକ  ଓ ଦଳୀୟ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.